କାର ଗ୍ରାହକଙ୍କ ପାଇଁ ଖୁସି ଖବର । ଭାରତୀୟ ବଜାରରେ ପ୍ରଥମଥର ପାଇଁ ଲଂଚ୍ ହୋଇଛି ସବ୍ କମ୍ପାକ୍ଟ ଏସୟୁଭି । କାରଟିର ପ୍ରାଇସ୍ ଅନ୍ୟ କମ୍ପାନୀର ମଡେଲ ତୁଳନାରେ ଯଥେଷ୍ଟ କମ୍ । ମାତ୍ର ଦାମ୍ କମ୍ ହେଲେ ବି କାରଟିରେ ରହିଛି ଅନେକ ଅତ୍ୟାଧୁନୀକ ଫିଚର୍ସ । ପ୍ରଖ୍ୟାତ ଭାରତୀୟ କାର ନିର୍ମାତା ମାରୁତି ପକ୍ଷରୁ ଲଂଚ୍ ହୋଇଛି ଶସ୍ତା ମଡେଲର ଏସୟୁଭି ସବ୍ କମ୍ପାକ୍ଟ ମଡେଲ । ଏବେ ଏସୟୁଭି ମଡେଲରେ ଦମ୍ ଦେଖାଉଛି ମାରୁତି ସୁଜୁକି ବି୍ରଜା । ଏଣୁ ଏହାକୁ ସିଏନଜି ଭର୍ସନରେ ପ୍ରସ୍ତୁତ କରିବା ସହ ମାର୍କେଟକୁ ଛାଡିଛି କମ୍ପାନୀ । କମ୍ପାନୀର କହିବା ମୁତାବକ ମାତ୍ର ୧କିଲୋ ସିନଏଜିରେ ବି୍ରଜା ମଡେଲଟି ୨୫ରୁ ୨୬କିଲୋମିଟରର ମାଇଲେଜ୍ ଦେବ । ସେହିପରି କାରଟି ହେଉଛି ଦେଶର ପ୍ରଥମ ସବ୍ କମ୍ପାକ୍ଟ ଏସୟୁଭି ଯେଉଁଥିରେ ଖଞ୍ଜାଯାଇଛି ଫ୍ୟାକ୍ଟି୍ର ଫିଟେଡ୍ ସିଏନଜି ।
ବିଜ୍ରାର ୪ଟି ଭାରିଆଂଟ୍ ଏବେ ମାର୍କେଟରେ ଉପଲବ୍ଧ ହେଉଛି । ବି୍ରଜା ଏଲଏକ୍ସଆଇ, ଭିଏକ୍ସଆଇ, ଜେଡ୍ଏକ୍ସଆଇ ଓ ଜେଡ୍ଏକ୍ସଆଇ ଡୁଆଲ ଭଳି ଚାରି ଚାରିଟି ଭାରିଆଂଟ୍ ପ୍ରସ୍ତୁତ କରିଛି ମାରୁତି ସୁଜୁକୀ । ସେହିପରି ବି୍ରଜା ସିଏନଜିରେ ପେଟ୍ରୋଲ ଭାରିଆଂଟ୍ ଭଳି କେ. ସିରିଜର ୧.୫ଲିଟରର ଡୁଆଲ ଜେଟ୍, ଡୁଆଲ ଭିଭିଟି ବାଇ ଫୁଏଲ ଇଞ୍ଜିନ୍ ଖଞ୍ଜିଛି ମାରୁତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାର ଡୁଆଲ ଭର୍ସନ ମଡେଲ ଲଂଚ୍ ହୋଇଥିବା ବେଳେ ଗୋଟିଏ ମଡେଲରେ ଫାଇଭ୍ ସ୍ପିଡ୍ ମାନୁଆଲ ଓ ଅନ୍ୟଟିରେ ସିକ୍ସ ସ୍ପିଡ୍ ଅଟୋମେଟିକ୍ ଏଏମଟି ଗିୟରବକ୍ସ ବି ରହିଛି । ଏହାସହିତ ବି୍ରଜା ସିଏନଜିରେ ଇଂଟିଗ୍ରେଟେଡ୍ ପେଟ୍ରୋଲ ଓ ସିଏନଜି ଫୁଏଲ୍ ଲିଡ୍ ସିଷ୍ଟମ୍ ବି ରହିଛି । ସେହିପରି କାରଟିରେ ଡେଡିକେଟେଡ୍ ସିଏନଜି ଡ୍ରାଇଭ୍ ମୋଡ୍, ଡିଜିଟାଲ ଓ ଆନାଲଗ୍ ସିଏନଜି ଫୁଏଲ୍ ଗେଜ୍ ଭଳି ଅନେକ ଫିଚର୍ସ ମଧ୍ୟ ରହିଛି ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ