Home Breaking News ଟିକଟକ ଉପରେ ଲାଗିଲା ୧୩୦ କୋଟିର ଜୋରିମାନା

ଟିକଟକ ଉପରେ ଲାଗିଲା ୧୩୦ କୋଟିର ଜୋରିମାନା

by Admin
0 comment

ବିଶ୍ୱର ସର୍ବବୃହତ ସୋସିଆଲ ମିଡିଆ ଆପ୍ସ ଟିକଟକ ଉପରେ ଲାଗିଛି ଜୋରିମାନ । ପ୍ରାୟ୧୩୦ କୋଟି ଟଙ୍କା ଜୋରିମାନ ଲଗାଇଛନ୍ତି ବ୍ରିଟେନ ସରକାର । ଦେଶରେ ଟିକଟକ ବ୍ୟବହାରକାରୀ ଛୋଟପିଲାଙ୍କ ଡାଟାର ଭୁଲ ବ୍ୟବହାର ଆରୋପରେ ଲଗାଯାଇଛି ଜୋରିମାନା ।

ସୂଚନାନୁସାରେ ସୋସିଆଲ ମିଡିଆ ଆପ୍ସ ଟିକଟକ କେତେକ ଦେଶରେ ବ୍ୟାନ୍ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ମଧ୍ୟ ବ୍ରିଟେନରେ ଏହାର ବ୍ୟବହାର ଜାରି ରହିଛି । କିନ୍ତୁ ବ୍ରିଟେନର ୱାଚ ଡଗ୍ କମ୍ପାନୀ ଟିକଟକ୍ ଆପ୍ସ ଉପରେ ସଙ୍ଗୀନ ଅଭିଯୋଗ ଆଣିଛି । କମ୍ପାନିର ଏକ ରିପୋର୍ଟନୁସାରେ ବ୍ରିଟେନରେ ଟିକଟକ ବ୍ୟବହାରକାରୀ ନାବାଳକ ପିଲାଙ୍କର ବ୍ୟକ୍ତିଗତ ତଥ୍ୟ ଏହି ଆପ୍ସ ମାଧ୍ୟମରେ ହ୍ୟାକ କରାଯାଉଛି । ଏବଂ ଏପରି କରିବା ଦ୍ୱାରା ଆପ୍ସ ଡେଟା ପ୍ରୋଟୋକଲ ଆକ୍ଟକୁ ଭଙ୍ଗ କରୁଛି । ଏବଂ ଆହୁରି ମଧ୍ୟ କୁହାଯାଉଛି ଆପ୍ସ ୨୦୧୮ ମେ ମାସ ଠାରୁ ୨୦୨୨ ଜୁଲାଇ ମାସ ମଧ୍ୟରେ ଉଲ୍ଲଘଂନ କରାଯାଇଛି । ବ୍ରିଟେନର ୱାଚଡଗ୍ ସଂସ୍ଥା ପକ୍ଷରୁ ଟିକଟକ ଆପ୍ସ ଉପରେ ୧୨.୭ ମିଲିୟନ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୩୦ କୋଟି ଟଙ୍କାର ଜୋରିମାନା ଲାଗୁକରାଯାଇଛି ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ସେହିପରି ବ୍ରିଟେନରେ ୧୩ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକଟକ ବ୍ୟବହାରର ଅନୁମତି ଦିଆହୋଇନଥିବା ବେଳେ, ୨୦୨୦ ମସିହାରେ ପ୍ରାୟ ୧୪ ଲକ୍ଷ ୧୩ ବର୍ଷରୁ କମ୍ ବୟସର ପିଲା ପ୍ରାୟ ୧୪ ଲକ୍ଷ ଜଣ ଟିକଟକ ବ୍ୟବହାର କରୁଛନ୍ତି । ଟିକଟକ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ବ୍ରିଟେନ ସରକାରଙ୍କ ପକ୍ଷରୁୁ ଯେଉଁସବୁ ଅଭିଯୋଗ ହୋଇଛି, ସଂସ୍ଥା ପକ୍ଷରୁ ତାହାର ସର୍ବେକ୍ଷଣ ଜାରି ରଖାଯାଇଛି । ସେ ସଂକ୍ରାନ୍ତୀୟ ତଥ୍ୟ ମିଳିବା ପରେ ସୁଚନା ଦିଆଯାଇପାରିବ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc