ସ୍କୁଟରଚାଳକଙ୍କ ପାଇଁ ଖୁସିଖବର । ଭାରତୀୟ ବଜାରରେ ଲଂଚ୍ ହେଲା ଟିଭିଏସ ଜୁପିଟରର ଇଲେକ୍ଟି୍ରକ୍ ଭର୍ସନ୍ । ଏବେ ସ୍କୁଟର ମାର୍କେଟରେ ଦମ୍ ଦେଖାଉଛି ହଣ୍ଡା ଆକ୍ଟିଭା । ପୂର୍ବରୁ ହଣ୍ଡା ଆକ୍ଟିଭାର ଇଲେକ୍ଟି୍ରକ୍ ଭର୍ସନ ଲଂଚ୍ ହୋଇସାରିଥିବା ବେଳେ ଏହାକୁ ଟକ୍କର ଦେବ ଟିଭିଏସ୍ ଜୁପିଟରର ଇଲେକ୍ଟି୍ରକ୍ ଭର୍ସନ୍ । ଏବେ ଟିଭିଏସ୍ ଜୁପିଟରର ଚାହିଦା ବି କିଛି କମ୍ ନାହିଁ । ଏଣୁ ପ୍ରଖ୍ୟାତ ଭାରତୀୟ ଅଟୋ ନିର୍ମାତା ଟିଭିଏସର ୧୨୫ସିସି ସେଗମେଂଟର ଇଲେକ୍ଟି୍ରକ୍ ସ୍କୁଟର ଲଂଚ୍ କରିଛି ।
ଅଧିକ ପଢନ୍ତୁ
ଜୁପିଟରର ଇଲେକ୍ଟି୍ରକ୍ ଭର୍ସନରେ ରହିଛି ଅନେକ ଅତ୍ୟାଧୁନୀକ ଫିଚର୍ସ । ଏଥିରେ ଫ୍ଲାଟ୍ ଫୁଟବୋର୍ଡ, ସେମି ଡିଜିଟାଲ ଇନଷ୍ଟ୍ରୁମେଂଟ୍ କଂସୋଲ, ଏଲଇଡି ଲାଇଟିଂ ସେଟଅପ୍, ଏଲଏ ହୁଇଲ, ସ୍ୱତନ୍ତ୍ର ହେଡଲ୍ୟାମ୍ପ୍ ଓ କ୍ଲଷ୍ଟର ଅନ୍ ରେଲ୍ସ ସହ ରହିଛି ସ୍ପେଶାଲ ହାଣ୍ଡେଲବାର ସିଷ୍ଟମ୍ । ସେହିପରି ଜୁପିଟର ଇଲେକ୍ଟିକ୍ ସ୍କୁଟରରେ ଖଞ୍ଜାଯାଇଛି ଆଇକୁ୍ୟବ୍ ଟେକ୍ନୋଲୋଜିଯୁକ୍ତ ୨.୨୫ କିଲୋୱାଟର ବ୍ୟାଟେରୀ । ଏହାର ଫ୍ରଂଟ୍ ହ୍ୱିଲରେ ରହିଛି ଅତ୍ୟାଧୁନୀକ ଡିସ୍କ୍ ବ୍ରେକ୍, ରିୟର ହ୍ୱିଲର ଡ୍ରମ୍ ବେକ୍ ସହ ଉନ୍ନତମାନର ହ୍ୟାଣ୍ଡେଲିଂ କଂଟ୍ରୋଲ ପାଇଁ ରହିଛି ସିଙ୍କ୍ରୋନାଇଜଡ ବ୍ରେକିଂ ସିଷ୍ଟମ୍ ।





ଏହାସହିତ ଜୁପିଟରର ଇଲେକ୍ଟି୍ରକ୍ ଭର୍ସନର ସାମ୍ନା ପଟରେ ଖଞ୍ଜାଯାଇଛି ଟେଲିସ୍କୋପିକ୍ ଫୋକର୍ସ ଏବଂ ବ୍ୟାକରେ ହାଇଡ୍ରୋଲିକ୍ ଡ୍ୟାମପର୍ସ ସହ ରହିଛି କଏଲ ସ୍ପି୍ରଂ ସିଷ୍ଟମ୍ । ଏବେ ବଜାରରେ ଉପଲବ୍ଧ ହେଉଥିବା ଟିଭିଏସ ଜୁପିଟର ପେଟ୍ରୋଲ ମଡେଲ ନିଜର ଜବରଦସ୍ତ ମାଇଲେଜ୍ ଯୋଗୁଁ ଲୋକପି୍ରୟତା ହାସଲ କରିପାରିଛି । ଏଣୁ ଏହାକୁ ଆଖି ଆଗରେ ରଖି ଜୁପିଟର-୧୨୫କୁ ଅତ୍ୟାଧୁନୀକ ଇଲେକ୍ଟି୍ରକ୍ ଭର୍ସନ୍ରେ ଲଂଚ୍ କରିଛି ଟିଭିଏସ୍ କମ୍ପାନୀ ।
ଆହୁରି ପଢନ୍ତୁ