କାର ଚାଳକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ବଜାରରେ ଲଂଚ୍ ହେବାକୁ ଯାଉଛି ହୁ୍ୟଣ୍ଡାଇର ନୂଆ ସେଗେମେଂଟ୍ର କାର । ଏଥିରେ ଅତ୍ୟାଧୁନୀକ ଫିଚର୍ସ ଖଞ୍ଜାଯାଇଥିବା ବେଳେ ଏହାର ପାୱାରଫୁଲ ଇଞ୍ଜିନ୍ ଉଭୟ ଚାଳକ ଓ ଯାତ୍ରୀଙ୍କୁ ଦେବ ମଜାଦାର ଥି୍ରଲ୍ । ହୁ୍ୟଣ୍ଡାଇର ଏହି ଅପକମିଂ ମଡେଲଟି ନେକ୍ସଟ୍ ଜେନର ଅପଗ୍ରେଟେଡ୍ ଭର୍ସନ ବୋଲି କହିଛି କମ୍ପାନୀ । ପ୍ରକୃତପକ୍ଷେ କହିବାକୁ ଗଲେ ଏହି ମଡେଲଟି ହେଉଛି ହୁ୍ୟଣ୍ଡାଇ ଭେରେନାର ଅତ୍ୟାଧୁନୀକ ସେଗମେଂଟ୍ ।
ଏହାର ଲୁକ୍ ସାମାନ୍ୟ ଭେରେନା ଭଳି ହୋଇଥିଲେ ବି ଉଭୟ ଇଂଟେରିୟର ଓ ଏକ୍ସଟିରିୟର ଅନେକ ପରିବର୍ତନ କରିଛି ହୁ୍ୟଣ୍ଡାଇ । ସେହିପରି ଏବେ କାର ମାର୍କେଟରେ ଦମ୍ ଦେଖାଉଥିବା ହୋଣ୍ଡା ସିଟିକୁ ମାତ୍ ଦେବାକୁ ହୁ୍ୟଣ୍ଡାଇ ଏହି ସେଗମେଂଟଟିକୁ ଲଂଚ୍ କରିଥିବା ଜଣାପଡ଼ିଛି । ହୁ୍ୟଣ୍ଡାଇ ଭେରେନାର ଏହି ସେଗମେଂଟଟିରେ ଅତ୍ୟାଧୁନୀକ ଫିଚର୍ସ ଖଞ୍ଜାଯାଇଥିବା ବେଳେ ଏହା ଆଡାସ୍ ଟେକ୍ନୋଲୋଜିରେ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ନେକ୍ସଟ ଜେନ୍ ଭେରେନାରେ କୋଡନେମ୍ ରହିଛି ବିଏନ ସେଭେନ୍-ଆଇ । ସେହିପରି ହୁ୍ୟଣ୍ଡାଇ ଭେରେନାକୁ କେବଳ ପେଟ୍ରୋଲ ଇଞ୍ଜିନରେ ବଜାରକୁ ଛାଡିବ କମ୍ପାନୀ ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ