ଲଂଚ୍ ହୋଇଛି ଅତ୍ୟାଧୁନୀକ ଫିଚର୍ସଯୁକ୍ତ ହୋଣ୍ଡା ହାଇନେସ୍-ଥି୍ର ଫିଫ୍ଟି । ଏବେ ବାଇକ୍ ମାର୍କେଟରେ ୩୫୦ସିସିର ରୟାଲ ଏନଫିଲ୍ଡ ବୁଲେଟ୍ର ବେଶ୍ ଚାହିଦା ରହିଛି । ହେଲେ ଏବେ ବୁଲେଟକୁ ପଛରେ ପକାଇବାକୁ ହଣ୍ଡା ପକ୍ଷରୁ ଲଂଚ୍ ହୋଇଛି ହାଇନେସ୍-୩୫୦ । ପୂର୍ବରୁ ବି ଭାରତୀୟ ବଜାରରେ ହଣ୍ଡା କମ୍ପାନୀ ପକ୍ଷରୁ ଲଂଚ୍ ହୋଇଥିଲା ସିବିଆର-୩୫୦ । ଏଥିଲାଗି ଏହାର ଅପଗ୍ରେଟେଡ୍ ଅର୍ଥାତ୍ ଓବିଡି ଭର୍ସନରେ ଏବେ ଲଂଚ୍ ହୋଇଛି ହଣ୍ଡା ହାଇନେସ୍-୩୫୦ । ସେହିପରି ହାଇନେସ୍ ବାଇକଟିରେ ଖଞ୍ଜାଯାଇଛି ଅତ୍ୟାଧୁନୀକ ଟେକ୍ନୋଲୋଜିଯୁକ୍ତ ଫେକ୍ଟି୍ର କଷ୍ଟମ୍ ସିଷ୍ଟମ୍ । ହଣ୍ଡା ହାଇନେସ୍ ସିବି-୩୫୦ ଓ ସିବି-୩୫୦ଆରଏସ୍ ଓବିଡ଼ି ପ୍ଲାଟଫର୍ମରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ରହିଛି ଅନ୍ ବୋଡ୍ ଡାଇଗ୍ନୋଷ୍ଟିକ୍ ସିଷ୍ଟମ୍ । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ବାଇକରେ ଏହି ଫିଚର୍ସ ଆଡ୍ କରିବାକୁ ଚେତାବନୀ ଦିଆଯାଇଥିବା ବେଳେ ଏହାପୂର୍ବରୁ ସତର୍କ ହୋଇଛି ହଣ୍ଡା ।
ଆଉ ଏବେ ବଜାରକୁ ଛାଡିଛି ଓବିଡ଼ି ଟେକ୍ନୋଲୋଜିର ହାଇନେସ୍-୩୫୦ ବାଇକ୍ । ବାଇକଟିର ଆଉଏକ ଖାସିୟତ ହେଉଛି ଏହାର ପଛ ଚକରେ ଖଞ୍ଜାଯାଇଛି ଟର୍ଣ୍ଣ ସିଗନାଲ୍ ଆକ୍ଟିଭ୍ ସିଷ୍ଟମ୍ । ଆରଏସ ଭର୍ସନରେ ବ୍ଲୁ ଟୁଥ୍ କନେକ୍ଟିଭିଟି ଫିଚର୍ସ ସହ ରହିଛି ସ୍ପ୍ଲିଟ୍ ସିଟ୍ । ଏବେ ବଜାରକୁ ଆସିଥିବା ହାଇନେସ୍ର ଏକ୍ସ ସୋ’ରୁମ୍ ପ୍ରାଇସ୍ ରହିଛି ୨ଲକ୍ଷ ୧୦ହଜାର ଟଙ୍କା । ଯାହାକି ରୟାଲ ଏନଫିଲ୍ଡର ପ୍ରତ୍ୟେକଟି ୩୫୦ ସିସି ସେଗମେଂଟର ବାଇକଠାରୁ ଯଥେଷ୍ଟ କମ୍ ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ