Home Automobile ଲଞ୍ଚ୍ ହେଲା ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ

ଲଞ୍ଚ୍ ହେଲା ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ

by Admin
0 comment

ସ୍କୁଟରଚାଳକଙ୍କ ପାଇଁ ଖୁସି ଖବର । ଭାରତୀୟ ବଜାରରେ ଲଂଚ୍ ହୋଇଛି ଗ୍ରାହକଙ୍କ ପସନ୍ଦିନା ସ୍କୁଟର ଆକ୍ଟିଭାର ନୂଆ ଇଲେକ୍ଟି୍ରକ୍ ଭର୍ସନ୍ । ସ୍ମାର୍ଟ ଚାବି ସହ ସ୍କୁଟରଟିରେ ରହିଛି ଅନେକ ଅତ୍ୟାଧୁନୀକ ଫିଚର୍ସ । ଏବେ ପେଟ୍ରୋଲର ଚାହିଦା ଦିନକୁ ଦିନ ବଢୁଥିବାରୁ ଅଧିକାଂଶ କମ୍ପାନୀ ସେମାନଙ୍କର ସ୍କୁଟର, ବାଇକ୍ ଓ କାରକୁ ଇଲେକ୍ଟି୍ରକ୍ ଭର୍ସନରେ ଲଂଚ୍ କରୁଛନ୍ତି । ଗ୍ରାହକଙ୍କର ଏହାଦ୍ୱାରା ଖର୍ଚ୍ଚ କମିବା ସହ ଏଥିରେ ରହୁଛି ଅନେକ ଫିଚର୍ସ । ଏପରିକ୍ଷେତ୍ରରେ ସ୍କୁଟର ବଜାରରେ ଦମ୍ ଦେଖାଉଥିବା ହୋଣ୍ଡା ଆକ୍ଟିଭାର ନୂଆ ଇଲେକ୍ଟି୍ରକ୍ ଭର୍ସନ୍ ଲଂଚ୍ କରିଛି କମ୍ପାନୀ । ଏଥିରେ ୧୨୫ସିସିର ଅତ୍ୟାଧୁନୀକ ଇଞ୍ଜିନ୍ ସହ ଖଞ୍ଜାଯାଇଛି ଏଚ୍ ସ୍ମାର୍ଟ ଟେକ୍ନୋଲୋଜି । ସେହିପରି ହୋଣ୍ଡା ଆକ୍ଟିଭା ଇଲେକ୍ଟି୍ରକ୍ ସ୍କୁଟରରେ ଖଞ୍ଜାଯାଇଛି ସ୍ମାର୍ଟଫାଇଣ୍ଡିଂ ଭଳି ହାଇ ଫିଚର୍ସ ।

ଏହାଦ୍ୱାରା ସ୍କୁଟରଟି କେଉଁଠି ପାର୍କିଂ ହୋଇଛି ସେ ବିଷୟରେ ମାଲିକଙ୍କୁ ସ୍ୱତନ୍ତ୍ର ସିଗନାଲ୍ ମିଳିପାରିବ । ଯଦି ଗହଳି ଭିତରେ ସ୍କୁଟରଟି ରହିଯାଇଛି ଆଉ ଏହାର ମାଲିକ ଏହାକୁ ଖୋଜି ପାଉନାହାନ୍ତି ତେବେ ତୁରନ୍ତ ଏହାର ଚାବିରେ ମିଳିପାରିବ ସିଗନାଲ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ସ୍ମାର୍ଟ ଚାବିଟି ପକେଟରେ ଥିଲେ ବି ଆପଣ ଆରାମରେ ଗାଡିଟିକୁ ଷ୍ଟାର୍ଟ କରିପାରିବେ । ଏହାଛଡ଼ା ନୂଆ ଆକ୍ଟିଭାରେ ଖଞ୍ଜାଯାଇଥିବା ସ୍ୱତନ୍ତ୍ର ଟେକ୍ନୋଲୋଜି ଦ୍ୱାରା ରାଇଡର ଏହାର ଫୁଏଲ ଫିଲର କ୍ୟାପକୁ ବି ଆରାମରେ ଖୋଲିପାରିବେ । କେବଳ ସେତିକି ନୁହେଁ ଏହାର ହାଣ୍ଡେଲ ବାରଟି ଅନଲକ୍ ହେବାକ୍ଷଣି ଏହାର ଅଣ୍ଡର ସିଟ୍ ଷ୍ଟୋରେଜ୍ ବି ଖୋଲିହେବ । ହୋଣ୍ଡା ଆକ୍ଟିଭା ଇଲେକ୍ଟି୍ରକ୍ ସ୍କୁଟରରେ ଚାବି ନଲଗାଇ ମଧ୍ୟ ଏହାର ଚାଳକ ଗାଡିର ସମସ୍ତ ଫିଚର୍ସର ଲାଭ ଉଠାଇପାରିବେ ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ଏହାସହ ସ୍କୁଟରଟିରେ ଏଲଇଡି ପୋଜିସନ ଲ୍ୟାମ୍ପ୍ ସହ ଏଲଇଡ଼ି ହେଡଲ୍ୟାମ୍ପ୍ ବି ରହିଛି । ସ୍କୁଟରର ସାମ୍ନା ପଟରେ ଖଞ୍ଜାଯାଇଥିବା ଡିସେପ୍ଲରେ ରିୟଲ ଟାଇମ୍ ମାଇଲେଜ୍, କେତେଦୂର ମାଇଲେଜ୍ ଯାଇହେବ ସେ ସମ୍ପର୍କରେ ବି ସିଗନାଲ ମିଳିପାରିବ । ଯଦି ଗାଡିର ଚାଳକ ଗାଡିଠାରୁ ମାତ୍ର ୨ମିଟର ଦୂରକୁ ଯାଉଛନ୍ତି ତେବେ ଏହା ଷ୍ଟାର୍ଟିଂମୋଡରେ ଥିଲେ ବି ଏହା ଅଟୋମେଟିକ୍ ବନ୍ଦ ହୋଇଯିବ । ସ୍କୁଟରଟିକୁ ହଣ୍ଡା କମ୍ପାନୀ ୫ଟି କଲର ଅପ୍ସନରେ ଲଂଚ୍ କରିଥିବା ବେଳେ ଏଥିରେ ରହିଛି ପ୍ରଲ ନାଇଟ୍ ଷ୍ଟାର୍ଟ ବ୍ଲାକ୍, ହେଭି ଗ୍ରେ ମେଟାଲିକ୍, ରିବେଲ୍ ରେଡ୍ ମେଟାଲିକ୍, ପ୍ରଲ ପ୍ରେଶିୟସ ହ୍ୱାଇଟ୍ ଓ ମିଡ୍ ନାଇଟ୍ ବ୍ଲୁ ମେଟାଲିକ୍ କଲର । ଏହାର ଏକ୍ସ ସୋ’ରୁମ୍ ପ୍ରାଇସ୍ ୭୮ହଜାର ୯୨୦ଟଙ୍କା ହୋଇଥିବା ବେଳେ ଟପ୍ ଭାରିଆଂଟର ଏକ୍ସ ସୋ’ରୁମ୍ ପ୍ରାଇସ୍ ରହିଛି ୮୮ହଜାର ୯୩ଟଙ୍କା । ପରୂର୍ବରୁ ହଣ୍ଡା ଆକ୍ଟିଭା ସ୍କୁଟର ସବୁ ସ୍କୁଟରକୁ ପଛରେ ପକାଇଥିବା ବେଳେ ଏବେ ଏହାର ଇଲେକ୍ଟି୍ରକ୍ ଭର୍ସନଟି ସବୁ ଇଲେକ୍ଟି୍ରକ୍ ମଡେଲକୁ ମାତ୍ ଦେବାରେ ସକ୍ଷମ ହେବ ବୋଲି କହିଛି ହୋଣ୍ଡା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc