ସ୍କୁଟରଚାଳକଙ୍କ ପାଇଁ ଖୁସି ଖବର । ଦୀର୍ଘଦିନ ଧରି ଆକ୍ଟିଭାପ୍ରେମୀଙ୍କର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କାରଣ ଭାରତୀୟ ବଜାରରେ ଉପଲବ୍ଧ ହେବ ସେମାନଙ୍କର ପ୍ରିୟ ସ୍କୁଟର ହଣ୍ଡା ଆକ୍ଟିଭାର ଇଲେକ୍ଟି୍ରକ୍ ଭର୍ସନ୍ । ହଣ୍ଡା କମ୍ପାନୀ ପକ୍ଷରୁ ଏହାକୁ ଅତ୍ୟାଧୁନୀକ ଲୁକ୍ ଦିଆଯିବା ସହ ଅନେକ ଫିଚର୍ସ ବି ଖଞ୍ଜାଯାଇଛି । ଏବେ ଭାରତୀୟ ବଜାରରେ ପେଟ୍ରୋଲ ଗାଡିର ଚାହିଦା କମୁଥିବା ବେଳେ ଧୀରେ ଧୀରେ ବିଭିନ୍ନ କମ୍ପାନୀ ପକ୍ଷରୁ ଲଂଚ୍ ହେବାରେ ଲାଗିଛି ଇଲେକ୍ଟି୍ରକ୍ ଓ ସିଏନଜି ଭର୍ସନର ବାଇକ୍, ସ୍କୁଟର ଓ କାର୍ । ଖାସ୍କରି ଟୁ ହୁଇଲର ସେଗମେଂଟରେ ଇଭିର ଚାହିଦା ବଢିବାରେ ଲାଗିଛି ।
ହେଲେ ଏବେ ବି ସ୍କୁଟର ମାର୍କେଟରେ ଦମ୍ ଦେଖାଉଛି ହଣ୍ଡା ଆକ୍ଟିଭା । ଖାସ୍ ଏଥିଲାଗି ବିଭିନ୍ନ କମ୍ପାନୀ ପକ୍ଷରୁ ଇଲେକ୍ଟି୍ରକ୍ ଟୁ ହୁଇଲର ପ୍ରସ୍ତୁତ କରାଯାଉଥଲେ ବି ଗ୍ରାହକ ଅପେକ୍ଷା କରିଛନ୍ତି ହଣ୍ଡା ଆକ୍ଟିଭାର ଇଲେକ୍ଟି୍ରକ୍ ଭର୍ସନକୁ । ଏପରିକ୍ଷେତ୍ରରେ ହଣ୍ଡା କମ୍ପାନୀ ପକ୍ଷରୁ ଇଲେକ୍ଟି୍ରକ୍ ଭର୍ସନରେ ପ୍ରସ୍ତୁତ ହୋଇଛି ଆକ୍ଟିଭା ଇଲେକ୍ଟି୍ରକ୍ । ଆସନ୍ତା ମାର୍ଚ୍ଚ ୨୯ତାରିଖ ସୁଦ୍ଧା ଏହା ବଜାରକୁ ଆସିବ ବୋଲି ସୂଚନା ମିଳିଛି । ଏଭଳି ଖବର ଆସିବା ପରେ ହଣ୍ଡା ଆକ୍ଟିଭାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେହିପରି ହଣ୍ଡା ଆକ୍ଟିଭାର ଇଲେକ୍ଟି୍ରକ୍ ମଡେଲଟିରେ ଖଞ୍ଜାଯାଇଛି ଫିକ୍ସଡ୍ ବ୍ୟାଟେରୀ ପ୍ୟାକ୍ଅପ୍ । ଏହାର ଟପ୍ ସ୍ପିଡ୍ ଘଂଟାପ୍ରତି ୫୦ରୁ ୬୦କିଲୋମିଟର ରହିବ ବୋଲି ଅନୁମାନ କରାଯାଉଛି । ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍କୁଟର ମାର୍କେଟରେ ଏବେ ବି ହଣ୍ଡା ଆକ୍ଟିଭା ନିଜର ଦମ୍ ଦେଖାଉଥିବା ବେଳେ କମ୍ପାନୀକୁ ବି ପ୍ରସିଦ୍ଧି ଆଣିଦେଇଥିଲା ଏହି ସ୍କୁଟର ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ