Home Automobile ଲଞ୍ଚ୍ ହେଲା ହାଇସ୍ପିଡ୍ ଇ-ବାଇକ୍

ଲଞ୍ଚ୍ ହେଲା ହାଇସ୍ପିଡ୍ ଇ-ବାଇକ୍

by Admin
0 comment

ବାଇକର୍ସଙ୍କ ପାଇଁ ଖୁସି ଖବର । ଭାରତୀୟ ବଜାରରେ ଲଂଚ୍ ହୋଇଛି ଆଉଏକ ହାଇସ୍ପିଡ୍ ଇଲେକ୍ଟି୍ରକ୍ ବାଇକ୍ । ଏହାର ଅତ୍ୟାଧୁନୀକ ଫିଚର୍ସ ସହ ଦମଦାର ଲୁକ୍ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବ ବୋଲି ଦାବି କରିଛି କମ୍ପାନୀ । ଦୀର୍ଘ ୪ବର୍ଷର ପରୀକ୍ଷଣ ପରେ ଏହି ବାଇକଟି ବଜାରରେ ଲଂଚ୍ ହୋଇଛି । ହାଇସ୍ପିଡ୍ ବାଇକ୍ ‘ମ୍ୟାଟର ଏରା’ ଏବେ ୨ଟି ସେଗମେଂଟରେ ଲଂଚ୍ ହୋଇଥିବା ବେଳେ ଏହାର ଦାମ୍ ମଧ୍ୟ ଅଲଗା ରହିଛି । ଏରା-୫୦୦୦ର ଓ ଏରା ୫-୦୦୦ପ୍ଲସ୍ ମଡେଲ ଲଂଚ ହୋଇଛି । ଅହମ୍ମଦାବାଦର ଷ୍ଟାର୍ଟଅପ୍ କମ୍ପାନୀ ମ୍ୟାଟର ପକ୍ଷରୁ ଏହି ଦୁଇଟି ବାଇକ୍ ଲଂଚ୍ ହୋଇଥିବା ବେଳେ ଏଥିରେ ରହିଛି ଅନେକ ଫିଚର୍ସ ।

ପ୍ରାଥମିକ ପର୍ଯ୍ୟାୟରେ ବାଇକଟି ଭାରତର ସବୁ ରାଜ୍ୟର ରାଜଧାନୀ ଅର୍ଥାତ୍ ୨୨ଟି ସହରରେ ଲଂଚ୍ ହୋଇଛି । ଖୁବ୍ କମଦିନ ଭିତରେ ବାଇକଟି ଅନ୍ୟାନ୍ୟ ସହରରେ ଲଂଚ୍ ହେବ ବୋଲି କମ୍ପାନୀର ଅଧିକାରୀ କହିଛନ୍ତି । ମ୍ୟାଟର ଏରାରେ ୧୦କିଲୋୱାଟର ମୋଟର ଖଞ୍ଜାଯାଇଥିବା ବେଳେ ଥରେମାତ୍ର ଫୁଲଚାର୍ଜ କଲେ ଏହା ୧୨୫କିଲୋମିଟର ଯାଏଁ ଯାତ୍ରା କରିପାରିବ ବୋଲି ଦାବି କରିଛି କମ୍ପାନୀ । ଏହି ହାଇସ୍ପିଡ୍ ବାଇକଟିରେ ୪ସ୍ପିଡ୍ ମାନୁଆଲ ଟ୍ରାନ୍ସମିଶନ ଗିୟରବକ୍ସ ଖଞ୍ଜାଯାଇଥିବା ବେଳେ ମାତ୍ର ୬ ସେକେଣ୍ଡରେ ଘଂଟାପ୍ରତି ୬୦କିଲୋମିଟର ବେଗରେ ଗତି କରିପାରିବ । ସେହିପରି ମ୍ୟାଟର ଏରାରେ ଦିଆଯାଇଥିବା ଅନବୋର୍ଡ ରେଗୁଲାର ଚାର୍ଜର ଦ୍ୱାରା ଏହା ୫ଘଂଟାରେ ଫୁଲଚାର୍ଜ ହୋଇପାରିବ ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ଡିସି ଫାଷ୍ଟ୍ ଚାର୍ଜରରେ ୨ଟିଯାକ ମଡେଲ ମାତ୍ର ୨ଘଂଟାରେ ଫୁଲଚାର୍ଜ ହେବା ସହ ୧୨୫କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ସେହିପରି ବାଇକଟିରେ ଡୁଆଲ ସେନସର, ସିଙ୍ଗଲ ଚ୍ୟାନେଲ ଏଂଟି ଲକ୍ ବ୍ରେକିଂ ସିଷ୍ଟମ୍ ଦିଆଯାଇଥିବା ବେଳେ ୨ଟି ଯାକ ଚକରେ ଖଞ୍ଜାଯାଇଛି ଡିସ୍କ ବ୍ରେକ୍ । ମ୍ୟାଟର ଏରା-୫୦୦୦ର ୨ଟିଯାକ ମଡେଲରେ ୭ଇଂଚର ଏଲସିଡି ଟଚ୍ ସ୍କି୍ରନ୍ ଖଞ୍ଜାଯାଇଥିବାରୁ ଏହା ବାଇକର୍ସଙ୍କ ମୋବାଇଲ ସହ ବି ସଂଯୋଗ ହୋଇପାରିବ । ଏହାଛଡ଼ା ବାଇକଟିରେ ପ୍ରେଡିକ୍ଟେଡ୍ ରେଞ୍ଜ, ରିୟଲ ଟାଇମ ବ୍ୟାଟେରୀ କଞ୍ଜପସନ୍, ଅପଲାଇନ୍ ନାଭିଗେସନ ସିଷ୍ଟମ୍, ଏକ୍ସିଡେଂଟ୍ ଡିଟେକ୍ସନ୍ ଓ ଏମର୍ଜେନ୍ସି ନୋଟିଫିକେସନ୍ ସହ ଅତ୍ୟାଧୁନୀକ ସଫ୍ଟୱେର ବି ଖଞ୍ଜାଯାଇଛି । ମ୍ୟାଟର ଏରା-୫୦୦ର ଏକ୍ସ ସୋ’ରୁମ୍ ପ୍ରାଇସ୍ ୧ଲକ୍ଷ ୪୩ହଜାର ୯୯୯ଟଙ୍କା ଥିବା ବେଳେ ଏରା-୫୦୦୦ ପ୍ଲସ୍ ମଡେଲର ପ୍ରାଇସ୍ ରହିଛି ୧ଲକ୍ଷ ୫୩ହଜାର ୯୯୯ଟଙ୍କା ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc