ବାଇକର୍ସଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ବଜାରକୁ ଆସିବ ହିରୋ ପ୍ରିମିୟମ ଇଲେକ୍ଟି୍ରକ୍ ବାଇକ୍ । ବାଇକଟିର ଲୁକ୍ ଯେପରି ଦମଦାର ଏହାର ଫିଚର୍ସ ମଧ୍ୟ ସେତିକି ପାୱାରଫୁଲ୍ । ଭାରତୀୟ ପ୍ରଖ୍ୟାତ ଅଟୋ ନିର୍ମାତା ହିରୋ ଏଥିପାଇଁ କାର୍ଲିଫର୍ଣ୍ଣିଆର ପ୍ରଖ୍ୟାତ ବାଇକ୍ କମ୍ପାନୀ ଜିରୋ ସହ ହାତ ମିଳାଇଛି । ବିଶ୍ୱ ବାଇକ୍ ମାର୍କେଟରେ ନିଜର ଦମଦାର ଇଲେକ୍ଟି୍ରକ୍ ବାଇକ୍ ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଛି ଜିରୋ ମୋଟରସାଇକେଲ୍ । ଖାସ୍ ଏଥିପାଇଁ ବିଦେଶୀ କମ୍ପାନୀ ସହ ହାତ ମିଳାଇ ହିରୋ ବଜାରକୁ ଆଣିବ ଏହାର ପି୍ରମିୟମ ଭର୍ସର ଇଲେକ୍ଟି୍ରକ୍ ବାଇକ୍ । ହିରୋ ଏଥିପାଇଁ ଲମ୍ବା ପ୍ରସ୍ତୁତି ଚଳାଇଛି । ବାଇକଟି ଯେପରି ବାଇକର୍ସଙ୍କୁ ଦମଦାର ଥି୍ରଲ୍ ଦେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଛି ଭାରତୀୟ ଅଟୋ ନିର୍ମାତା ହିରୋ ମୋଟାକର୍ପ । ସୂଚନା ମୁତାବକ ଗତ ଡିସେମ୍ବର ୨୦୨୨ରେ ହିରୋ ମୋଟୋକର୍ପ ପକ୍ଷରୁ ଏହି ବିଦେଶୀ କମ୍ପାନୀ ସହ ୬୦ମିଲିୟର ଡଲାରରେ ଚୁକ୍ତି କରିଛି ।
ଅଧିକ ପଢନ୍ତୁ
ଜିରୋ ଇ-ବାଇକ୍ ବିଶେଷକରି ବାଇକ୍ ଓ ପାୱରଟ୍ରେନ୍ ନିର୍ମାଣ ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଛି । ହିରୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏବେ ଦେଶରେ ପେଟ୍ରୋଲ ବାଇକ୍ ତୁଳନାରେ ଇଲେକ୍ଟି୍ରକର ବାଇକର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଏହି ବାଇକ୍ ଗୁଡିକ ପେଟ୍ରୋଲ ବାଇକ୍ ଭଳି ହାଇସ୍ପିଡ୍ ସମ୍ପର୍ଣ୍ଣ ହୋଇଥିବା ବେଳେ ଏହା ବାଇକର୍ସଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି । ଏଣୁ ହିରୋ ଇଲେକ୍ଟି୍ରକ୍ ବାଇକ୍ ମାର୍କେଟ୍ରେ ନିଜର ଦମ୍ ଦେଖାଇବାକୁ କାଲିଫର୍ଣ୍ଣିଆର ଜିରୋ କମ୍ପାନୀ ସହ ହାତ ମିଳାଇଛି । ସେହିପରି ଉଭୟ କମ୍ପାନୀର ରାଇଡିଂ ଏକ୍ସପିରିଏନ୍ସକୁ ଭିତି କରି ହିରୋ ପ୍ରସ୍ତୁତ କରୁଛି ଏହି ପି୍ରମିୟମ ଭର୍ସନର ଅତ୍ୟାଧୁନୀକ ଇଲେକ୍ଟି୍ରକ୍ ବାଇକ୍ । ଏହି ନୂଆ ବାଇକଟିରେ ଇଲେକ୍ଟି୍ରକ୍ ପାୱାରଟ୍ରେନ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିବା ସୂଚନା ମିଳିଛି । ନୂଆ ପ୍ରିମିୟମ୍ ବାଇକଟିର ନିର୍ମାଣ, ସୋର୍ସିଂ ଓ ମାର୍କେଟିଂର ବେଶ୍ ଲାଭ ଉଠାଇବ ହିରୋ ମୋଟୋକର୍ପ । ସେହିପରି ନୂଆ ବାଇକକୁ ଅନ୍ୟ ଇଲେକ୍ଟି୍ରକ୍ ବାଇକ୍ ତୁଳନାରେ ବେଶ୍ ଆକର୍ଷଣୀୟ ଲୁକ୍ ଦେଇଛି କମ୍ପାନୀ ।
ଆହୁରି ପଢନ୍ତୁ