ଭାରତୀୟ କାର ମାର୍କେଟରେ ଏବେ ଧୁମ୍ ମଚାଉଛି ଟୟୋଟା ଫର୍ଚୁନର । ଏହାର ଜବରଦସ୍ତ ସ୍ପିଡ୍ ସହ ଆରାମଦାୟକ ସିଟ୍ ଉଭୟ ଚାଳକ ଓ ଯାତ୍ରୀଙ୍କୁ ଦେଉଛି ବେଶ୍ ଆରାମ୍ । ଏପରିକ୍ଷେତ୍ରରେ ଫର୍ଚୁନରକୁ ମାତ୍ ଦେବାକୁ ମହିନ୍ଦ୍ରା ପକ୍ଷରୁ ଲଂଚ୍ ହୋଇଛି ଶସ୍ତା ଏସୟୁଭି । କମ୍ପାନୀ ପକ୍ଷରୁ ଏହାର ପୁରୁଣା ସେଗମେଂଟର କାର ସ୍କର୍ପିଓର ନୂଆ ସେଗମେଂଟରେ ପ୍ରସ୍ତୁତ କରିଛି ମହିନ୍ଦ୍ରା । ଏହାର ଦାମ୍ ଫର୍ଚୁନର ତୁଳନାରେ ହାରାହାରି ୧୦ଲକ୍ଷ ଟଙ୍କା କମ୍ ହୋଇଥିବା ବେଳେ ଉଭୟ ଚାଳକ ଓ ଯାତ୍ରୀଙ୍କୁ ଦେବ ଦମଦାର ଥି୍ରଲ୍ । ସ୍କର୍ପିଓକୁ ଏବେ ଜେଡ୍-ଫୋର୍, ଜେଡ୍-ଏଇଟ୍ ଓ ଜେଡ୍-ଏଇଟ୍ ଏଲ ଭଳି ୩ଟି ସେଗମେଂଟରେ ବଜାରକୁ ଛାଡିଛି ମହିନ୍ଦ୍ରା । ପ୍ରାଥମିକ ପର୍ଯ୍ୟାୟରେ ଏହି ଅତ୍ୟାଧୁନୀକ ଏସୟୁଭିକୁ ଦକ୍ଷିଣ-ଆଫି୍ରକାରେ ଲଂଚ୍ କରାଯାଇଛି । ଏଣୁ ଖୁବ୍ କମ୍ ଦିନ ଭିତରେ ଏହି ଅତ୍ୟାଧୁନୀକ ମଡେଲଟିକୁ ପେଟ୍ରୋଲ ଇଞ୍ଜିନ ସହ ବଜାରକୁ ଛାଡିବ କମ୍ପାନୀ । ମହିନ୍ଦ୍ରା ସ୍କର୍ପିଓର ଅପକମିଂ ମଡେଲରେ ରହିଛି ଅନେକ ଅତ୍ୟାଧୁନୀକ ଫିଚର୍ସ ।
ଅଧିକ ପଢନ୍ତୁ
ଏଥିରେ ୨.୨ଲିଟରଯୁକ୍ତ ଏମ୍ହକ୍ ଡିଜେଲ ଇଞ୍ଜିନ୍ ଖଞ୍ଜାଯାଇଥିବା ବେଳେ ଫୋର ସିଲିଣ୍ଡର ଖଞ୍ଜିଛି କମ୍ପାନୀ । ସେହିପରି ଏହାକୁ ସିକ୍ସ ସ୍ପିଡର ଟର୍କ ଅଟୋମେଟିକ୍ ଟ୍ରାନ୍ସମିଶନ ସହ ଯୋଡାଯାଇଛି । ଏହାର ଷ୍ଟାଣ୍ଡାର୍ଡ ମଡେଲଟିରେ ଆରଡବ୍ଲୁ୍ୟଡି ସେଟଅପ୍ ମିଳୁଥିବା ବେଳେ ଗ୍ରାହକଙ୍କୁ ଫୋର୍ ଇନଟୁ ଫୋର୍ ଭର୍ସନ ବି ଦିଆଯାଇଛି । ଏହି ଅତ୍ୟାଧୁନୀକ ଫିଚର୍ସଯୁକ୍ତ ସ୍କର୍ପିଓରେ ୭ଜଣ ଯାତ୍ରୀ ଆରାମରେ ଯାତ୍ରା କରିପାରିବେ ବୋଲି କହିଛି ମହିନ୍ଦ୍ରା । ଏହାସହ ନୂଆ ସ୍କର୍ପିଓରେ ଖଞ୍ଜାଯାଇଛି ଇଲେକ୍ଟି୍ରକ୍ ସନରୁଫ୍, ଡୁଆଲ ବାରେଲ ହେଡଲ୍ୟାମ୍ପ୍, ଏଲଇଡ଼ି ଡିଆରଏଲ, ଏଲଇଡି ଟେଲ୍ ଲାଇଟ୍, ୧୮ଇଂଚର ଡାଏମଣ୍ଡ କଟ୍ ଏଲଏ ହ୍ୱିଲ୍ ସିଷ୍ଟମ୍ । କେବଳ ସେତିକି ନୁହେଁ କାରଟି ୩ଟି ମୋଡରେ ବି ରାସ୍ତାରେ ଚାଲିପାରିବ । ଜିପ୍, ଜେପ୍ ଓ ଜୁମ୍ ଡ୍ରାଇଭିଂ ମୋଡ୍ ସହ ଡୁଆଲ ଜୋନ୍ କ୍ଲାଇମେଟ୍ କଂଟ୍ରୋଲ, ଓୟାରଲେସ୍ ଚାର୍ଜ୍ଜିଂ, ୧୨ସ୍ପିକରର ସୋନି ସୋର୍ସଡ ମୁ୍ୟଜିକ୍ ସିଷ୍ଟମ୍ ସହ ଆପଲ କାର ପ୍ଲେ ସିଷ୍ଟମ୍ ବି ରହିଛି । ସେହିପରି ସ୍କର୍ପିଓର ନୂଆ ଭାରିଆଂଟରେ ରହିଛି ଆଣ୍ଡ୍ରଏଡ୍ ଅଟୋ ସପୋର୍ଟ ଯୁକ୍ତ ୮ଇଂଚର ଟଚସ୍କି୍ରନ୍ ।
ଆହୁରି ପଢନ୍ତୁ