ବିଧାନସଭା ବାହାରକୁ ବିଧାୟକଙ୍କୁ ଟେକି ଫିଙ୍ଗିଦେଲେ ମାର୍ସଲ । ରାମନବମୀ ପରେ ରାଜ୍ୟର କେତେକ ସ୍ଥାନରେ ଉପୁଜିଥିବା ହିଂସାକାଣ୍ଡ ଉପରେ ବିଧାନସଭାରେ ଆଲୋଚନା ଚାଲିଥିଲା । ହେଲେ ଏହି ସମୟରେ ବିଭ୍ରାଟ କରିବାକୁ ବିହାର ବିଜେପି ବିଧାୟକ ଜୀବେଶ କୁମାରଙ୍କୁ ଉଠାଇ ନେଇ ବିଧାନସଭା ବାହାରେ ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି । ବିଧାନସଭା ବାହାରେ ଉଠାଯାଇଥିବା ଏହି ଭିଡ଼ିଓଟିରେ ଦେଖାଯାଉଛି ୪ଜଣ ମାର୍ସଲ ବିଜେପି ବିଧାୟକ କୁମାରଙ୍କୁ ଉଠାଇ ନେଉଛନ୍ତି । ସେତେବେଳେ ବିଧାୟକ ଜୀବେଶ କୁମାର କହୁଛନ୍ତି, ବିରୋଧୀ ନେତାମାନଙ୍କ ସହ ସେମାନଙ୍କର ଏମିତି ବ୍ୟବହାର କାହିଁକି ।


