ପ୍ରଶ୍ନପତ୍ର ଲିକ୍ କରି ବନ୍ଧା ହୋଇଛନ୍ତି ତେଲେଙ୍ଗାନା ବିଜେପି ସାଂସଦ । ଏସଏସସି ହିନ୍ଦୀ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଜେପି ସାଂସଦ ବନ୍ଦୀ ସଞ୍ଜୟ କୁମାରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା । ପରେ ଘଟଣାର ଅଧିକ ଖୋଳତାଡ଼ କରାଯିବା ପରେ ସଞ୍ଜୟଙ୍କୁ କରିମନଗର ପୋଲିସ ତାଙ୍କ ଘରେ ଅଟକ ରଖି ଅଧିକ ପଚରାଉଚରା କରିଥିଲା । ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରିଛି ପୋଲିସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତେଲେଙ୍ଗାନା ଗସ୍ତ ପୂର୍ବରୁ ଏମପି ସଞ୍ଜୟ କୁମାରଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାକୁ ବିରୋଧ କରି ସଞ୍ଜୟଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ଆନେ୍ଦାଳନ ଜାରି ରଖିଛନ୍ତି । ସୂଚନା ମୁତବାକ ଗତକାଲି ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ହିନ୍ଦୀ ପେପର ଲିକ୍ କରିଥିଲେ ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ