ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୫ଟି ସଫ୍ଟୱେର ପାର୍କ । ସେହିପରି ଦେଶରେ ନୂଆକରି ମୋଟ୍ ୨୨ଟି ସଫ୍ଟୱେର ପାର୍କ ପ୍ରତିଷ୍ଠା ହେବ । ଏଥିରେ ରାଜ୍ୟର ୫ଟି ସ୍ଥାନରେ ଏହି ସଫ୍ଟୱେର ପାର୍କ ହେବ ବୋଲି ଜଣାପଡ଼ିଛି । ରାଜ୍ୟସଭାରେ ଏକ ଲିଖିତ ଉତରରେ ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।
