Home Automobile ଲଞ୍ଚ୍ ହେଲା ଇଲେକ୍ଟ୍ରିକ୍ ଓଡିସି ଭେଡର

ଲଞ୍ଚ୍ ହେଲା ଇଲେକ୍ଟ୍ରିକ୍ ଓଡିସି ଭେଡର

by Admin
0 comment

ବାଇକର୍ସଙ୍କ ପାଇଁ ଆଉଏକ ଖୁସି ଖବର । ଭାରତୀୟ ମାର୍କେଟରେ ଲଞ୍ଚ୍ ହୋଇଛି ଅତ୍ୟାଧୁନୀକ ଫିଚର୍ସଯୁକ୍ତ ଆଉଏକ ଇଲେକ୍ଟ୍ରିକ୍ ବାଇକ୍ । ଇଲେକ୍ଟ୍ରିକ୍ ବାଇକ୍ ସେଗମେଣ୍ଟ୍ ରେ ଯୋଡି ହୋଇଛି ଆଉଏକ ନୂଆ ପ୍ଲେୟାର । ଏବେ ବିଶ୍ୱର ପ୍ରମୁଖ ଅଟୋ ନିର୍ମାତାମାନେ ଇଲେକ୍ଟ୍ରିକ୍ ଭାରିଆଣ୍ଟର ନୂଆ ନୂଆ କାର, ବାଇକ୍ ଓ ସ୍କୁଟର ଲଞ୍ଚ୍ କରୁଛନ୍ତି । ଏପରିକ୍ଷେତ୍ରରେ ପ୍ରମୁଖ ଇଲେକ୍ଟ୍ରିକ୍ ଟୁ ହୁଇଲର ଷ୍ଟାର୍ଟଅପ୍ ପକ୍ଷରୁ ଲଞ୍ଚ୍ ହୋଇଛି ଅତ୍ୟାଧୁନୀକ ଫିଚର୍ସଯୁକ୍ତ ଓଡିସି ଭେଡର ଇଲେକ୍ଟ୍ରିକ୍ ବାଇକ୍ । ଏହାର ଆକର୍ଷଣୀୟ ଲୁକ୍ ସାଙ୍ଗକୁ ଦିଆଯାଇଛି ପାୱାରଫୁଲ ବ୍ୟାଟେରୀ । ବାଇକରେ ଖଞ୍ଜାଯାଇଛି ୩.୭ କେଡବ୍ଲ୍ୟୁଏଚ କ୍ଷମତାଯୁକ୍ତ ଲିଥିୟମ ବ୍ୟାଟେରୀ । ଯାହାକୁ ୩ କେଡବୁଲର ଇଲେକ୍ଟ୍ରିକ୍ ମୋଟର ସହ ଯୋଡିଛି କମ୍ପାନୀ । ଏହାକୁ ଥରେମାତ୍ର ଫୁଲଚାର୍ଜକଲେ ଏହା ୧୨୫କିଲୋମିଟର ଯାଏଁ ବିନା ଦ୍ୱିଧାରେ ଯାତ୍ରା କରିପାରିବ ବୋଲି ଦାବି କରିଛି କମ୍ପାନୀ ।

ଅଧିକ ପଢନ୍ତୁ

ସେହିପରି ଫୁଲଚାର୍ଜ ହେବାକୁ ବାଇକଟି ୪ଘଂଟାର ସମୟ ନେଉଥିବା ବେଳେ ଏହାର ଟପ୍ ସ୍ପିଡ୍ ରହିଛି ଘଂଟାପ୍ରତି ୮୫କିଲୋମିଟର । ଏହା ହେଉଛି ଦେଶର ପ୍ରଥମ ବାଇକ୍ ଯେଉଁଥିରେ ଖଞ୍ଜାଯାଇଛି ୭ଇଞ୍ଚ୍ ର ଇନଷ୍ଟ୍ରୁମେଂଟ୍ କ୍ଲଷ୍ଟର ସିଷ୍ଟମ୍ । ଯାହାକୁ ବାଇକର୍ସମାନେ ଆଣ୍ଡ୍ରଏଡ୍ ଡିସପ୍ଲେ ଏବଂ ଗୁଗୁଲ ମ୍ୟାପ୍ ନ୍ୟାଭିଗେସନ ପାଇଁ ବ୍ୟବହାର କରିପାରିବେ । ବିଶେଷକରି ଓଡିସି ଭେଡର ବାଇକଟି ଡେଲି ୟୁଜ୍ ପାଇଁ ଅନେକ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ଦାବି କରିଛି କମ୍ପାନୀ । ଏହାସହ ବାଇକଟିରେ ଖଞ୍ଜାଯାଇଛି ୧୮ଲିଟରର ଷ୍ଟୋରେଜ୍ ସ୍ପେଶ୍ । ସେହିପରି ବାଇକଟିକୁ ମିଡନାଇଟ୍ ବ୍ଲୁ, ଫେରୀ ରେଡ୍‌, ଗ୍ଲସି ବ୍ଲାକ୍‌, ବେନମ୍ ଗ୍ରୀନ ଏବଂ ମିଷ୍ଟ୍ରି ଗ୍ରେ କଲରରେ ବଜାରକୁ ଛାଡିଛି କମ୍ପାନୀ । ନୂଆ ଇଲେକ୍ଟ୍ରିକ୍ ବାଇକ୍ ଓଡିସି ଭେଡରର ଓଜନ ୧୨୮କିଲୋଗ୍ରାମ୍ ଥିବା ବେଳେ ଏଥିରେ କମ୍ବି ବ୍ରେକିଂ ସିଷ୍ଟମ୍ ବି ରହିଛି ।

ଆହୁରି ପଢନ୍ତୁ

ସେହିପରି ଫ୍ରଂଟରେ ୨୪୦ଏମଏମର ଡିସ୍କ ବ୍ରେକ୍ ଖଞ୍ଜାଯାଇଥିବା ବେଳେ ରିୟରରେ ରହିଛି ୨୨୦ ଏମଏମର ଅତ୍ୟାଧୁନୀକ ଡିସ୍କବ୍ରେକ୍ । ବାଇକଟିରେ ସମ୍ମୁଖଭାଗରେ ଖଞ୍ଜାଯାଇଥିବା ୭ଇଞ୍ଚର ଇନଷ୍ଟ୍ରୁମେଣ୍ଟ୍ ପ୍ୟାନେଲରେ ବ୍ଲୁ ଟୁକ୍ କନେକ୍ଟ କରିବା ସହ ଏଥିରେ ଏଲଇଡି ଲାଇଟିଂ ଏବଂ ରିଜେନେରେଟିଭ୍ ବ୍ରେକିଂ ସିଷ୍ଟମ୍ ବି ରହିଛି । ବାଇକଟିର ଏକ୍ସ ସୋ’ରୁମ୍ ପ୍ରାଇସ୍ ୧ଲକ୍ଷ ୯ହଜାର ୯୯୯ଟଙ୍କା ଥିବା ବେଳେ ଏହାକୁ ମାତ୍ର ୯୯୯ଟଙ୍କାରେ ବୁକିଂ କରାଯାଇପାରିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଶସ୍ତା ଇଲେକ୍ଟ୍ରିକ୍ ଓଡିସି ଭେଡର ବାଇକଟି ଏବେ ବଜାରରେ ଚାଲୁଥିବା ସମସ୍ତ ଇଲେକ୍ଟ୍ରିକ୍ ବାଇକକୁ ମାତ୍ ଦେବାରେ ସଫଳ ହେବ ବୋଲି ଦାବି କରିଛି କମ୍ପାନୀ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc