Home Automobile ଧୁମ୍ ମଚାଇବ ଓଲା ଇଭି

ଧୁମ୍ ମଚାଇବ ଓଲା ଇଭି

by Admin
0 comment

କାର ଗ୍ରାହକଙ୍କ ପାଇଁ ଜବରଦସ୍ତ ଖବର । ଖୁବଶୀଘ୍ର ଭାରତୀୟ ମାର୍କେଟରେ ଲଂଚ୍ ହେବାକୁ ଯାଉଛି ଅତ୍ୟାଧୁନୀକ ଫିଚର୍ସଯୁକ୍ତ ଓଲା ଇଲେକ୍ଟ୍ରିକ୍ କାର । ଟୁ ହୁଇଲର କମ୍ପାନୀରୁ ଏବେ ଫୋର୍ ହୁଇଲର କମ୍ପାନୀ ଭାବେ ଉଭା ହେବାକୁ ଯାଉଛି ଓଲା । ଇକେକ୍ଟ୍ରିକ୍ ସ୍କୁଟର ଓ ବାଇକ୍ ନିର୍ମାଣ କ୍ଷେତ୍ରରେ ବେଶ୍ ସଫଳତା ପାଇବା ପରେ ଏବେ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହେବାକୁ ଯାଉଛି ଅତ୍ୟାଧୁନୀକ ଟେକ୍ନୋଲୋଜିର କାର । ବିଶେଷକରି ଭାରତୀୟ ବଜାରରେ ଏବେ ଇଲେକ୍ଟ୍ରିକ୍ ସ୍କୁଟର ଓ କାରର ଡିମାଣ୍ଡ୍ ଦିନକୁ ଦିନ ବଢିଚାଲିଛି ।

ଅଧିକ ପଢନ୍ତୁ

ସେହିପରି ନିକଟ ଅତୀତରେ ଭାରତରେ ଲିଥିୟମ ଭଣ୍ଡାର ଠାବ ହୋଇଥିବାରୁ ଇଲେକ୍ଟ୍ରିକ୍ ଗାଡି ନିର୍ମାଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଜଣାପଡ଼ିଛି । ଏପରିକ୍ଷେତ୍ରରେ ଉଭୟ ଭାରତୀୟ ଓ ବିଦେଶୀ ଅଟୋ ନିର୍ମାତା ଏବେ ଅତ୍ୟାଧୁନୀକ ଫିଚର୍ସଯୁକ୍ତ ଇଲେକ୍ଟ୍ରିକ୍ ଗାଡି ପ୍ରସ୍ତୁତ କରୁଛନ୍ତି । ଏହି କ୍ଷେତ୍ରରେ ଆଉପାଦେ ଆଗେଇଛି ପ୍ରଖ୍ୟାତ ଭେଇକିଲ ନିର୍ମାତା ଓଲା । କାରଟିର ସାନଦାର ଲୁକ୍ ନିଜ ଆଡକୁ ଆକର୍ଷିତ କରିବାରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଓଲାର ବରିଷ୍ଠ ଅଧିକାରୀ । ସେହିପରି ଅତ୍ୟାଧୁନୀକ ଫିଚର୍ସ ଓ ଇଂଟେରିୟର ଡିଜାଇନ୍ ମଧ୍ୟ ଗ୍ରାହକଙ୍କୁ ଦେବ ଜବରଦସ୍ତ ଥ୍ରିଲ ।

ଆହୁରି ପଢନ୍ତୁ

କମ୍ପାନୀ ପକ୍ଷରୁ ଏହାକୁ ଅତ୍ୟାଧୁନୀକ ଡିଜାଇନ ସହ ଆଡଭାନ୍ସ ସିଷ୍ଟମରେ ପ୍ରସ୍ତୁତ କରୁଥିବା ଜଣାପଡିଛି । ଏ ସମ୍ପର୍କରେ କମ୍ପାନୀର ସିଏଫଓ କହିଛନ୍ତି, ଏହି ଅପକମିଂ କାରଟିର ସଫ୍ଟୱେର, ସେଫ୍ଟି ସିଷ୍ଟମ୍‌, ଇଲେକ୍ଟ୍ରୋନିକ୍ସ, ସେଲ୍ସ ସହ ଡ୍ରାଇଭଟ୍ରେନ୍ ସିଷ୍ଟମରେ ଅନେକ ପରିବର୍ତନ କରାଯାଇଛି । ଏପରି କି ଭାରତୀୟ ବଜାରରେ ଏବେ ଦମ୍ ଦେଖାଉଥିବା ହ୍ୟୁଣ୍ଡାଇ, ଟାଟା ଓ ଟେସଲା ଭଳି କାରକୁ ଓଲା କାର ଜବରଦସ୍ତ ଟକ୍କର ଦେବ ବୋଲି ଦାବି କରିଛନ୍ତି କମ୍ପାନୀ ସିଇଓ । ଏହାର ଏକ୍ସ ସୋ’ରୁମ୍ ପ୍ରାଇସ୍ ଅନ୍ୟୁନ ୫୦ହଜାର ଡଲାର ବା ୬୦ଲକ୍ଷ ଟଙ୍କା ହେବ ବୋଲି ପୂର୍ବାନୁମାନ କରାଯାଉଛି । କେବଳ ସେତିକି ନୁହେଁ ଓଲାର ଏହି ମଡେଲଟି ମର୍ସିଡିଜ, ବିଏଡବ୍ଲୁ ଓ ଜାଗୁଆର ଭଳି ଲକଜୁରିୟସ କାରର ଲୁକକକୁ ବି ପଛରେ ପକାଇବ ବୋଲି କମ୍ପାନୀ ଦାବି କରିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc