ଖୁବଶୀଘ୍ର ବଜାରକୁ ଆସୁଛି ୬୫୦ସିସିର ଅତ୍ୟାଧୁନୀକ ତଥା ହାଇସ୍ପିଡଯୁକ୍ତ ମହିନ୍ଦ୍ରା ଗୋଲ୍ଟ ଷ୍ଟାର । ଏେବେ ମାର୍କେଟରେ ଦମ୍ ଦେଖାଉଛି ୩୫୦ ଓ ୬୫୦ସିସିର ରୟାଲଏନଫିଲ୍ଡ ବାଇକ୍ । ବୁଲେଟ୍ ପ୍ରତି ବାଇକର୍ସଙ୍କର ରହିଆସିଛି ସ୍ୱତନ୍ତ୍ର ଦୁର୍ବଳତା । ହେଲେ ଏବେ ମାର୍କେଟରେ ହାଇସ୍ପିଡ୍ ବାଇକର ଡିମାଣ୍ଡ ବଢୁଥିବାରୁ ପ୍ରଖ୍ୟାତ ଭାରତୀୟ ଅଟୋ ନିର୍ମାତା ମହିନ୍ଦ୍ରା ପକ୍ଷରୁ ଲଂଚ୍ ହେବାକୁ ଯାଉଛି ଅତ୍ୟାଧୁନୀକ ଟେକ୍ନୋଲୋଜିଯୁକ୍ତ ହାଇସ୍ପିଡ ବାଇକ୍ । ଏହାର ୬୫୦ସିସି ଇଞ୍ଜିନ୍ ବାଇକର୍ସଙ୍କୁ ଜବରଦସ୍ତ ଥ୍ରିଲ୍ ଦେବ ବୋଲି ଦାବି କରିଛି ମହିନ୍ଦ୍ରା । ଏବେ ରୟାଲ ଏନଫିଲ୍ଡକୁ ମାତ୍ ଦେବାକୁ ବଜାରରେ ଉପଲବ୍ଧ ହେଉଛି ୟେଜଦି ଓ ଜାୱା ଭଳି ପୁରୁଣା କମ୍ପାନୀର ନୂଆ ବାଇକ୍ । ହେଲେ ଏତେସବୁ ଫିଚର୍ସ ଖଞ୍ଜି ମଧ୍ୟ ଏମାନେ ରୟାଲ ଏନଫିଲ୍ଡକୁ ଟକ୍କର ଦେବାରେ ସେତେଟା ସଫଳ ହୋଇପାରୁନାହାଁନ୍ତି । ଏଣୁ ମହିନ୍ଦ୍ରା ପକ୍ଷରୁ ଏବେ ରୟାଲ ଏନଫିଲ୍ଡର ମାର୍କେଟ୍ ଡାଉନ୍ କରିବାକୁ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଂଟ୍ ।
ଅଧିକ ପଢନ୍ତୁ
ଗତ ୧୯୫୦ମସିହାରେ ମାର୍କେଟରେ ଦମ୍ ଦେଖାଉଥିଲା ବିଏସଏ କମ୍ପାନୀର ବାଇକ୍ । ମାର୍କେଟରେ ଏହା ବନିଯାଇଥିଲା ବେଶ୍ ପପୁଲାର । ହେଲେ କୌଣସି କାରଣ ଯୋଗୁଁ ଏହା ୧୯୭୦ରେ ବନ୍ଦ ହୋଇଯିବା କମ୍ପାନୀ ଏହାକୁ ଦେବାଳିଆ ଘୋଷିତ କରିଥିଲା । ଏଣୁ ରୟାଲ ଏନଫିଲ୍ଡ ଭଳି ପୁରୁଣା କମ୍ପାନୀକୁ ମାତ୍ ଦେବାକୁ ମହିନ୍ଦ୍ରା ବିଏସଏ କମ୍ପାନୀକୁ ୨୦୧୬ରେ କିଣିନେଇଥିଲା ମହିନ୍ଦ୍ରା । ପରେ ଏହାର ଟେକ୍ନୋଲୋଜିକୁ ବ୍ୟବହାର କରି ପ୍ରସ୍ତୁତ କରିଛି ଏହି ଅତ୍ୟାଧୁନୀକ ହାଇସ୍ପିଡ୍ ବାଇକ୍ । ଏବେ ଭାରତୀୟ ମାର୍କେଟରେ ନିଜର ଦବଦବା ଜାହିର କରୁଛି ରୟାଲ ଏନଫିଲ୍ଡର ୬୫୦ସେଗମେଂଟର ଅନେକ ବାଇକ୍ । ହଂଟର-୬୫୦, ମେଟିୟର-୬୫୦, ଇଂଟରସେପ୍ଟର-୬୫୦ ଓ ଅପ୍କମିଂ ବାଇକ୍ ସର୍ଟଗନ-୬୫୦ । ଏଣୁ ଏବେ ମହିନ୍ଦ୍ରାର ଗୋଲ୍ଡ ଷ୍ଟାର-୬୫୦ ବାଇକଟି ବୁଲେଟର ଏସବୁ ବାଇକକୁ ସିଧାସଳଖ ଟକ୍କର ଦେବ । ମହିନ୍ଦ୍ରା ବିଏସଏ ଗୋଲ୍ଡ ଷ୍ଟାର ବାଇକରେ ଖଞ୍ଜାଯାଇଛି ୬୫୨ସିସିର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ।
ଆହୁରି ପଢନ୍ତୁ