ସ୍କୁଟର ଲଭର୍ସଙ୍କ ପାଇଁ ଖୁସି ଖବର । ଅନେକ ଦମଦାର ଫିଚର୍ସ ସହ ବଜାରକୁ ଆସିଛି ବଜାଜ ଚେତକ୍ ଇ ସ୍କୁଟର । ବଜାଜ ପକ୍ଷରୁ ଏହି ସର୍ବାଧିକ ଲୋକପ୍ରିୟ ସ୍କୁଟରଟିର ଇଲେକ୍ଟ୍ରିକ୍ ଭର୍ସନ ଗତ ୨୦୨୦ରେ ଲଂଚ୍ ହୋଇଥିଲା । ହେଲେ ଏବେ ଆସିଛି ଏହାର ପ୍ରିମିୟମ ଭର୍ସନ । ଏହି ପ୍ରିମିୟମ ସ୍କୁଟରଟିର ଫିଚର୍ସ ଚାଳକଙ୍କୁ ଦେବ ଅଧିକ ଆରାମ ସହ ଦମଦାର ଥ୍ରିଲ । ଥରେ ମାତ୍ର ଫୁଲଚାର୍ଜ କଲେ ସ୍କୁଟରଟି ୧୦୮କିଲୋମିଟର ଯାଏଁ ନୋ ଟେନସନରେ ଯାତ୍ରା କରିପାରିବ । ସେହିପରି ଏହାର ଡ୍ରାଇଭିଂ ମୋଡରେ ମିଳିବ ୨୦ପ୍ରତିଶତ ଅଧିକ ସ୍ପିଡ୍ । ଏବେ ଭାରତୀୟ ବଜାରରେ ଅନେକ କମ୍ପାନୀର ଇଲେକ୍ଟ୍ରିକ୍ ସ୍କୁଟର ଚାଲୁଥିବା ବେଳେ ବଜାଜ ଚେତକ୍ ସମସ୍ତ ମଡେଲକୁ ପଛରେ ପକାଇବ ବୋଲି ଦାବି କରିଛି କମ୍ପାନୀ ।
ଅଧିକ ପଢନ୍ତୁ
ସେହିପରି ବର୍ତମାନ ଇ ସ୍କୁଟର ମାର୍କେଟରେ ଧୁମ୍ ମଚାଉଥିବା ଓଲାକୁ ବି ଜବରଦସ୍ତ ଟକ୍କର ଦେବ ବଜାଜ ଚେତକ୍ ଇଲେକ୍ଟ୍ରିକ୍ । ପୂର୍ବ ମଡେଲ ତୁଳନାରେ ନୂଆ ଚେତକ ଇ ସ୍କୁଟରର ଲୁକ୍ ମଧ୍ୟ ବେଶ୍ ଆକର୍ଷଣୀୟ । ବଜାଜ ଚେତକର ପ୍ରିମିୟମ ଭର୍ସନ ମଡେଲରେ ରହିଛି ରାଉଣ୍ଡେଡ୍ ଏଲଇଡ଼ି ହେଡଲ୍ୟାମ୍ପ ସହ ଡିଜିଟାଲ ଇନଷ୍ଟ୍ରୁମେଂଟ୍ କ୍ଲଷ୍ଟର ସିଷ୍ଟମ୍ । ସେହିପରି ସ୍କୁଟରଟିରେ ଖଞ୍ଜାଯାଇଛି ସ୍କାର୍ଟଫୋନ୍ କନେକ୍ଟିଭିଟି ସିଷ୍ଟମ୍ । ଯାହାଦ୍ୱାର ଚାଳକ ନିଜ ସ୍କୁଟର ସହ ଫୋନକୁ ଅତି ସହଜରେ କନେକ୍ଟ କରିପାରିବେ । ସ୍କୁଟରଟିର ଆଉଏକ ଖାସିୟତ୍ ହେଉଛି, ଯଦି ଏହାର ବ୍ୟାଟେରୀ ଫୁଲଚାର୍ଜ ହୋଇନାହିଁ ତେବେ ଏହା ସିଗନାଲ୍ ମାଧ୍ୟମରେ ଚାଳକଙ୍କୁ ଜଣାଇଦେବ । ଖାସ୍ ଏଥିପାଇଁ ବଜାଜ ଚେତକ୍ରେ ଖଞ୍ଜାଯାଇଛି, ଇଂଟରନେଟ୍ ଅଫ୍ ଥିଂ ବା ଆଇଓଟି ଫିଚର ।
ଆହୁରି ପଢନ୍ତୁ