Home Breaking News ହଟିଲା ପକ୍ଷୀ ରହିଲା ଡୋଗେ

ହଟିଲା ପକ୍ଷୀ ରହିଲା ଡୋଗେ

by Admin
0 comment

ଶେଷରେ ଟ୍ୱିଟରରୁ ହଟିଛି ଏହାର ପାରମ୍ପରିକ ଲୋଗୋ । ଟ୍ୱିଟରରୁ ନୀଳ ରଙ୍ଗର ପକ୍ଷୀକୁ ହଟାଇ ଏହାର ଲୋଗା ପରିବର୍ତନ କରିଛନ୍ତି ଟ୍ୱିଟରର ମାଲିକ ଏଲନ୍ ମସ୍କ୍ । ଏଲନ୍ ମସ୍କଙ୍କ ହାତରୁ ଟ୍ୱିଟର ଯିବା ପରଠାରୁ କିଛି ନା କିଛି ପରିବର୍ତନ ଦେଖିବାକୁ ମିଳୁଛି । ଏହିକ୍ରମରେ ଟ୍ୱିଟରରେ ଆଜି ଏକ ବଡ଼ ପରିର୍ବନ ହୋଇଛି । ସକାଳୁ ସକାଳୁ ଏଲନ୍ ଟ୍ୱିଟରର ଲୋଗୋ ବଦଳାଇଥିବାର ଫଟୋ ବେଶ୍ ଭାଇରାଲ ହୋଇଥିଲା । ଏହାର କେଇଘଣ୍ଟା ପରେ ନିଜେ ଟ୍ୱିଟ୍ କରି ଏହା ଏକ ମିଛ ଖବର ବୋଲି କହିଥିଲେ ଏଲନ୍ । ହେଲେ ଶେଷରେ ଟ୍ୱିଟରର ପାରମ୍ପରିକ ପକ୍ଷୀ ଲୋଗୋକୁ ହଟାଇ ଏହାବଦଳରେ ଏକ କୁକୁରର ଫଟୋ ରଖିଛନ୍ତି ଏଲନ୍ ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ଏବେ ନୀଳ ପକ୍ଷୀ ବଦଳରେ ଡୋଗି ଟ୍ୱିଟରର ନୂଆ ଲୋଗୋ ପାଲଟିଯାଇଛି । ଏହି ଡୋଗି ଲୋଗୋଟି କ୍ରିପ୍ଟୋ କରେନ୍ସିର ଡଜ କଏନ ସହ ସମାନ ରହିଛି । ସୂଚନା ମୁତାବକ ଗତକାଲି ୟୁଜର୍ସମାନେ ଟ୍ୱିଟରରେ ଏହି ପରିବର୍ତନ ଦେଖିôଥିଲେ । ହଠାତ୍ ଟ୍ୱିଟରର ଲୋଗା ନୀଳ ପକ୍ଷୀ ଗାଏବ୍ ହୋଇଯାଇଥିଲା । ଏହାକୁ ନେଇ ୟୁଜର୍ସମାନେ ଦ୍ୱନ୍ଦ୍ୱରେ ଓ ଚିନ୍ତାରେ ପଡିଯାଇଥିଲେ । ଏହାର କିଛି ସମୟ ପରେ ନିଜେ ଏଲନ୍ ମସ୍କ୍ ଏନେଇ ଟ୍ୱିଟ୍ କରି ସ୍ପଷ୍ଟୀକରଣ ଦେଇଥିଲେ । ଟ୍ୱିଟରର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ଏ କାରର ଡ୍ରାଇଭିଂ ସିଟରେ ଗୋଟିଏ କୁକୁର ବସିଥିଲା ଏବଂ ଟ୍ରାଫିକ୍ ପୋଲିସ ହାତରେ ଲାଇସେନ୍ସ ଥିଲା । ଯେଉଁଥିରେ ନୀଳ ପକ୍ଷୀର ଫଟୋ ମଧ୍ୟ ରହିଥିଲା । ଏଲନ୍ କହିଥିଲେ ଏହା ଏକ ପୁରୁଣା ଫଟୋ । ମାତ୍ର ପୁଣିଥରେ ଆଜି ସନ୍ଧ୍ୟାରେ ସତକୁ ସତ ଟ୍ୱିଟରର ପାରମ୍ପରୀକ ନୀଳ ରଙ୍ଗର ପକ୍ଷୀ ଲୋଗାକୁ ହଟାଇ ଏହି ସ୍ଥାନରେ ଡୋଗିର ଲୋଗା ଲଗାଇଛନ୍ତି ଏଲନ୍ ମସ୍କ୍ । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc