ଏବେ ଭାରତର ସ୍ଥିତି ଅତ୍ୟନ୍ତ ଉଦବେଗଜନକ । ଦେଶରେ ୫ବର୍ଷରେ ଆତ୍ମହତ୍ୟା କଲେଣି ୧୩ହଜାର ୮୯ଜଣ ଛାତ୍ରଛାତ୍ରୀ । ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି, ଏନଆଇଟି, ଆଇଆଇଏମ୍, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏମ୍ସ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଠାରେ ୨୦୧୭ରୁ ୨୦୨୧ ମଧ୍ୟେ;ର ୭ହଜାର ୩୯୬ଜଣ ଛାତ୍ର ଏବଂ ୫ହଜାର ୬୯୩ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଲୋକସଭାରେ ଏହି ତଥ୍ୟ ଦେଇଛନ୍ତି ଖୋଦ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଗତ ୫ବର୍ଷରେ ଓଡ଼ିଶାରେ ଥିବା ଆଇଆଇଟି, ଏନଆଇଟି, ଆଇଆଇଏମ୍ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ଆତ୍ମହତ୍ୟା କରିନାହାନ୍ତି ।


