Home Breaking News ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅବସରପ୍ରାପ୍ତ ସୈନିକ ସଙ୍ଘ ; ‘ପେନସନରେ ହୋଇଥିବା ପାତରଅନ୍ତରକୁ ସଂଶୋଧନ କରାଯାଉ’

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅବସରପ୍ରାପ୍ତ ସୈନିକ ସଙ୍ଘ ; ‘ପେନସନରେ ହୋଇଥିବା ପାତରଅନ୍ତରକୁ ସଂଶୋଧନ କରାଯାଉ’

by Admin
0 comment

ଆଜି ଭଦ୍ରକ ଜ଼ିଲ୍ଲା ଅବସରପ୍ରାପ୍ତ ସୈନିକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ସମାନ ପଦ,ସମାନ ବେତନ ସହ ସୈନିକମାନଙ୍କର ଓଆରଓପି 2ର ପେନଶନରେ ପାତରଅନ୍ତରକୁ ସଂଶୋଧନ କରାଯିବାକୁ ଦାବି କରି ସ୍ଥାନୀୟ ବନ୍ତ ଛକ ନିକଟରୁ ଏକ ଶୋଭାଯାତ୍ରା ମାଧ୍ୟମରେ ବାହାରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ଏହା ସହିତ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜ଼ିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି | ଆଗାମୀ ଦିନରେ ସରକାର ସେମାନଙ୍କ ଦାବିପୂରଣ ନକଲେ ଏ ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କରାଯିବାକୁ ଚେତାବନୀ ଦିଆଯାଇଛି |

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc