ମୁଖ୍ୟମନ୍ତ୍ରୀ ଆଜିଠାରୁ ସପ୍ତାହବ୍ୟାପୀ ଜାପାନ ଗସ୍ତରେ ଯିବେ । ଏହି ବିଦେଶ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କର ଏକାଧିକ କାର୍ଯ୍ୟକ୍ରମ ରହିଛି । ଟୋକିଓ, କ୍ୟୁଟୋ ଏବଂ ଓସାକା ଆଦି ୩ଟି ସହରରେ ବାଣିଜ୍ୟ ସମ୍ମିଳନୀ, ତଥା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଜାପାନ ଯିବେ ବୋଲି ଜଣାପଡିଛି । ସପ୍ତାହକ ପରେ ଅର୍ଥାତ ଆସନ୍ତା ୧୦ କିମ୍ବା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ
ସୂଚନାନୁସାରେ ଆଜି ସକାଳ ପ୍ରାୟ ୯.୪୫ ମିନିଟରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ବାହାରିବେ । ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଉଛନ୍ତି । ମେକ୍ ଇନ୍ ଓଙ୍ଗିଶା ସମ୍ମିଳନୀର ଗତ ୨ଟି ସଂସ୍କରଣ (୨୦୧୮ ଓ ୨୦୨୨)ରେ ଜାପାନ ଏକ କଣ୍ଟ୍ରି ପାର୍ଟନର ରହିଥିଲା ।
ଆହୁରି ପଢନ୍ତୁ