ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ସମ୍ମେଟିଭ୍-୨ ପରୀକ୍ଷା ଖାତା ଯାଂଚ୍ କରାଯିବ । ଏଥିପାଇଁ ୫୬ଟି ମୂଲ୍ୟାୟନକେନ୍ଦ୍ର ହୋଇଥିବା ବେଳେ ଏହା ଆସନ୍ତା ୧୫ତାରିଖ ଯାଏଁ ଚାଲିବ । ସେହିପରି ଖାତାଦେଖା କେନ୍ଦ୍ରଗୁଡିକରେ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟରେ ଯୋଗଦେଇଛନ୍ତି ।
ଅଧିକ ପଢନ୍ତୁ
ପ୍ରାୟ ୧୩ହଜାର ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ସାଢେ ୫ଲକ୍ଷ ପରୀକ୍ଷାର୍ଥୀଙ୍କ ଖାତାଦେଖା ପାଇଁ ମୂଲ୍ୟାଙ୍କନ କେନ୍ଦ୍ରଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ ପ୍ରଥମ ସପ୍ତାହ ଭିତରେ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।
ଆହୁରି ପଢନ୍ତୁ