ମହିଳାମାନେ ଶରୀରକୁ ସୁନ୍ଦର ରଖିବାକୁ ଚାହୁଁଥିଲେ ଗଧ କ୍ଷୀରରେ ତିଆରି ସାବୁନ ଲଗାନ୍ତୁ । ମହିଳାଙ୍କ ଶରୀର ପାଇଁ ଏହା ଅନେକ ଉପାଦେୟ । ମହିଳାଙ୍କୁ ସୁନ୍ଦର ରହିବାକୁ ଏଭଳି ବିୟୂଟି ଟିପ୍ସ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ସାଂସଦ ମାନେକା ଗାନ୍ଧୀ । ବିଡ଼ିଓ ବ୍ଲଦିରାୟରେ ଆୟୋଜିତ ଏକ ଜନସଭାରେ ଏଭଳି ଟିପ୍ପଣୀ ଦେଇଛନ୍ତି ମାନେକା ।


ସମାବେଶରେ ବିଜେପି ସାଂସଦ କହିଛନ୍ତି, ଅତୀତରେ ପ୍ରସିଦ୍ଧ ରାଣୀ କ୍ଲିଓପେଟ୍ରା ମଧ୍ୟ ନିଜ ଶରୀରକୁ ସୁନ୍ଦର ରଖିବାକୁ ପ୍ରତିଦିନ ଗଧ କ୍ଷୀରରେ ସ୍ନାନ କରୁଥିଲେ । ଏବେ ଦିଲ୍ଲୀରେ ଏହି ସାବୁନର ଦାମ୍ ୫ଶହ ଟଙ୍କାରେ ବିକ୍ରି ହେଉଛି । ଏଣୁ ପ୍ରତିଦିନ ଗଧକ୍ଷୀରରେ ତିଆରି ସାବୁନ ଦେହରେ ଲଗାଇବାକୁ ମହିଳାଙ୍କୁ ଉପଦେଶ ଦେଇଛନ୍ତି ସାଂସଦ ମାନେକା । ଏଣୁ ଚାଲନ୍ତୁ ଆମେ ମିଳିମିଶି ଗଧକ୍ଷୀର ଓ ଛେଳି କ୍ଷୀରରେ ସାବୁନ ତିଆରି କରିବା । କାରଣ ଗଧକ୍ଷୀରର ସାବୁନ ମହିଳାଙ୍କ ସୁନ୍ଦର ରଖିଥାଏ ବୋଲି ତାଙ୍କ ବକ୍ତବ୍ୟରେ ବାରମ୍ବାର ଦୋହରାଇଛନ୍ତି ମାନେକା ଗାନ୍ଧୀ ।

