Home Breaking News ବିଦ୍ୟାଳୟରେ କାମ କରୁଥିବା ବେଳେ ଛାତ୍ରଙ୍କ ମଳଦ୍ୱାରରେ ପଶିଗଲା ଶାବଳ

ବିଦ୍ୟାଳୟରେ କାମ କରୁଥିବା ବେଳେ ଛାତ୍ରଙ୍କ ମଳଦ୍ୱାରରେ ପଶିଗଲା ଶାବଳ

by Admin
0 comment

କନ୍ଧମାଳରେ ଘଟିଛି ଅଭାବନୀୟ ଘଟଣା । ବିଦ୍ୟାଳୟରେ ମରାମତି କାମ ଚାଲିଥିବା ବେଳେ, ଛାତ୍ରମାନଙ୍କୁ ମଧ୍ୟ ସେହି କାମରେ ନିୟୋଜିତ କରାଯାଇଥିଲା । କିନ୍ତୁ ହଠାତ୍ କାମ ସମୟରେ ଅସାବଧାନତା କାରଣରୁ ଜଣେ ଛାତ୍ର ଆଜବେଷ୍ଟସରୁ ଗଳି ପଡିଥିଲେ । ଫଳରେ ତଳେ ପଡିଥିବା ଶାବଳ ତାଙ୍କ ମଳଦ୍ୱାରର ପସିଯାଇଥିଲା । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଛାତ୍ର ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାନୁସାରେ କନ୍ଧମାଳ ଜିଲ୍ଲା ସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଙ୍କ ୧୬ ବର୍ଷୀୟ ପୁଅ ଶକ୍ତି ପାଟଗୁରୁସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢନ୍ତି । ବର୍ତ୍ତମାନ ସ୍କୁଲର ଉନ୍ନତି କରଣ କାମ ଚାଲୁଥିବା ସମୟରେ ଏହି କାମରେ ଶକ୍ତି ମଧ୍ୟ ନିୟୋଜିତ ଥିଲା । ସ୍କୁଲରେ ଭାଙ୍ଗିଯାଇଥିବା ଆଜବେଷ୍ଟସ ବାହାର କରିବା କାମରେ ନିୟୋଜିତ ଥିବା ଶକ୍ତି ଅସାବଧାନତା କାରଣରୁ ତଳକୁ ପଡିଯାଇଥିଲା । ଫଳରେ ତଳେ ଥିବା ଶାବଳ ଶକ୍ତିର ମଳଦ୍ୱାରରେ ପସିଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଆରମ୍ଭ ହୋଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc