ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ । ବଢିବାକୁ ଯାଉଛି ଅତ୍ୟାବଶ୍ୟକୀୟ ହରଡ଼ ଡାଲିର ଦର । କିଲୋପିଛା ୧୫୦ଟଙ୍କା ଟପିବ ହରଡ ଡାଲି । ହରଡ଼, ବୁଟ ଫସଲ ପ୍ରଭାବିତ ହେବା କାରଣରୁ ଦର ବୃଦ୍ଧି ହେବାର ସମ୍ଭାବନା ଦେଖାଦେଇଛି । କର୍ଣ୍ଣାଟକ, ମହାରାଷ୍ଟ୍ର, ଛତିଶଗଡ଼ରେ ହରଡ଼ ଓ ବୁଟ ଡାଲିର ଉତ୍ପାଦନ ଚଳିତବର୍ଷ ହ୍ରାସ ପାଇଛି । ଅଦିନିଆ ବର୍ଷା ଓ ପୋକ ଯୋଗୁ ଆଶାନୁରୂପ ଫସଲ ହୋଇନି । ତେଣୁ ଡାଲି ପାଇଁ ଭାରତ ବାହାର ରାଜ୍ୟ ମିଆଁମାର, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର କରିବ । ତେଣୁ ହରଡ଼ ଡାଲି ଦର ବୃଦ୍ଧି ପାଇବାର ଆଶଙ୍କା ଉପୁଜିଛି । ସୂଚନା ମୁତାବକ, ଦୈନିକ ୨ଶହ ଟନ୍ ହରଡ଼ ଓ ବୁଟ ଡାଲି ମାଲଗୋଦାମ ଆମଦାନୀ କରୁଛି ।

