ଜେଲରୁ ମୁକୁଳିଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ । ଏ ନେଇ ତାଙ୍କ ଅଫିସିଆଲ ଟ୍ୱିଟ୍ ହ୍ୟାଣ୍ଡେଲରୁ ଟ୍ୱିଟ୍ କରାଯାଇଛି । ସିଦ୍ଧୁଙ୍କ ଅଫିସିଆଲ ଟ୍ୱିଟର ହାଣ୍ଡଲରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଶେଷରେ ଆଜି ପଟିଆଲା ଜେଲରୁ ନବଜୋତ୍ ସିଂ ସିଦ୍ଧୁ ମୁକ୍ତ ହୋଇଛନ୍ତି । ସିଦ୍ଧୁଙ୍କ ଓକିଲ କହିଛନ୍ତି, ପଞ୍ଜାବ ଜେଲ ମାନୁଆଲ ଅନୁଯାୟୀ ଭଲ ଆଚରଣ କରୁଥିବା ବନ୍ଦୀର ଜେଲଦଣ୍ଡ କୋହଳ କରାଯିବାର ନିୟମ ରହିଛି । ଏହି ଆଧାରରେ ସିଦ୍ଧୁ ପଟିଆଲା ଜେଲରୁ ମୁକ୍ତ ହୋଇଛନ୍ତି ।


ପୂର୍ବରୁ ବି ଆଶା କରାଯାଉଥିଲା ଜେଲରୁ ମୁକୁଳିବେ ନବଜ୍ୟୋତ୍ । ହେଲେ ଆଜି ଏହା ସତ ପ୍ରମାଣିତ ହୋଇଛି । ଜେଲରୁ ମୁକୁଳିଛନ୍ତି ଭାରତୀୟ ଟିମର ପୂର୍ବତନ ଦିଗ୍ଗଦ କ୍ରିକେଟର ତଥା ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜ୍ୟୋତ୍ ସିଂ ସିଦ୍ଧୁ । ସିଦ୍ଧୁଙ୍କୁ ମୁକ୍ତ ନକରିବାକୁ ନେଇ ରାଜ୍ୟରେ ଶାସନରେ ଥିବା ଆମ ଆଦମୀ ସରକାରଙ୍କୁ ସମାଲୋଚନା କରିଥିଲେ ସିଦ୍ଧୁଙ୍କ ସମର୍ଥକ । ସୂଚନା ମୁତାବକ ୧୯୮୮ ଡିସେମ୍ବର ୨୭ରେ ପଟିଆଲା ବାସିନ୍ଦା ଗୁରନାମ ସିଂହଙ୍କ ସହ ପାର୍କିଂକୁ ନେଇ ସିଦ୍ଧୁଙ୍କ ବିବାଦ ହୋଇଥିଲା । ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ସାନ୍ଧୁ ଗୁରନାମ ସଂଙ୍କୁ ତାଙ୍କ କାରରୁ ଟାଣି ଆଣି ଧକ୍କା ଦେଇଥିଲେ, ଫଳରେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା । ପରେ ହସ୍ପିଟାଲରେ ମୃତୁ୍ୟବରଣ କରିଥିଲେ ଗୁରନାମ ସିଂ ।

