Home Breaking News ନୂଆ ନିୟମ: ଆଜିଠୁ କେବଳ ହଲମାର୍କ ସୁନା ବିକ୍ରି

ନୂଆ ନିୟମ: ଆଜିଠୁ କେବଳ ହଲମାର୍କ ସୁନା ବିକ୍ରି

by Admin
0 comment

ନୂଆ ଆର୍ôଥକ ବର୍ଷରୁ ଲାଗୁ ହୋଇଛି ଅନେକ ନିୟମ । ଏଣିକି ଅଣହଲମାର୍କ ସୁନା ଗହଣା ବିକ୍ରିରେ ଲାଗିଛି ରୋକ୍ । କେବଳ ୬ଅଙ୍କ ବିଶିଷ୍ଟ ଏଚୟୁଆଇଡି ଥିବା ସୁନାଗହଣା ବିକିପାରିବେ ଦୋକାନୀ । ସୁନାଗହଣା ବିକ୍ରିରେ ଠକାମୀ ରୋକିବାକୁ ଅଣ-ହଲମାର୍କ ସୁନାଗହଣା ବିକ୍ରିରେ ଲାଗିଛି ରୋକ୍ । ନୂଆ ନିୟମ ମୁତାବକ ଆଜିଠାରୁ କେବଳ ୬ଅଙ୍କ ବିଶିଷ୍ଟ ଏଚୟୁଆଇଡି ମାର୍କ ଥିବା ସୁନାଗହଣା ବିକ୍ରି ହେବ ।

ଏଚୟୁଆଇଡି ଜରିଆରେ କିଣୁଥିବା ସୁନା ଗହଣାର ଶୁଦ୍ଧତା ସହ ଏହାର ନିର୍ମାତା, ବ୍ରିକେତା ଓ ହଲମାର୍କ କରିଥିବା ସଂସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ପାଇପାରିବେ ଗ୍ରାହକ । କେବଳ ସେତକି ନୁହେଁ, ନୂଆ ଆର୍ôଥକ ବର୍ଷରୁ ବଦଳିଛି ଡିଜିଟାଲ ୱାଲେଟ୍ ନିୟମ । ଡିଜିଟାଲ ୱାଲେଟରେ ୨ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର କଲେ ଲାଗିବ ୧.୧ ପ୍ରତିଶତ ଇଣ୍ଟରନେଟ୍ ଚାର୍ଜ । ସେହିପରି ବରିଷ୍ଠ ନାଗରିକ ସଞ୍ଚୟ ସ୍କିମରେ ସର୍ବାଧିକ ଜମାରାଶି ସୀମା ୧୫ଲକ୍ଷ ଟଙ୍କାରୁ ଦ୍ୱିଗୁଣିତ ହୋଇ ୩୦ଲକ୍ଷ ଟଙ୍କା କରାଯାଇଛି ।

ଅଧିକ ପଢନ୍ତୁ

ସେହିପରି ବଜେଟରେ ଘୋଷଣା ମୁତାବକ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ସୀମା ବି ଲାଗୁ ହୋଇଛି । ଚିଟଫଣ୍ଡ୍ ଫାଇଲ ବେଳେ ଟିକସଦାତା କୌଣସି ଆୟକର ବିକଳ୍ପ ଚୟନ କଲେ, ଆପେ ଆପେ ସେମାନଙ୍କ ପାଇଁ ନୂଆ ଆୟକର ବ୍ୟବସ୍ଥା ଲାଗୁ ହୋଇଯିବ । ମୌଳିକ ଆୟକର ଛାଡ ସୀମା ଅଢେଇ ଲକ୍ଷରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୨୩-୨୪ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିବା ଏହି ପ୍ରସ୍ତାବ ଆଜିଠାରୁ ଲାଗୁ ହୋଇଛି । ଯଦି କେହି ଟିକସ ବିକଳ୍ପ ଚୟନ ନକରନ୍ତି, ତେବେ ସେ ନୂଆ ଟିକସ ଢାଞ୍ଚା ବାଛିଛନ୍ତି ବୋଲି ବିବେଚନା କରାଯିବ । କେବଳ ଟିକସ ବ୍ୟବସ୍ଥା ନୁହେଁ, ଆର୍ôଥକ ବର୍ଷରୁ ଆହୁରି ଅନେକ ନିୟମରେ ପରିବର୍ତନ କରାଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc