ପୁଣି ଏକ ବର୍ବରକାଣ୍ଡ । ଅଖାରେ ଭର୍ତି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ବସ୍ତା ଥାନାର ରାଜଘାଟ ଅଞ୍ଚଳରେ । ରାଜଘାଟସ୍ଥିତ ସୁବର୍ଣ୍ଣରେଖା ନଦୀରେ ଭାସମାନ ଅବସ୍ଥାରେ ଅଖାରେ ଭର୍ତି ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।


ପ୍ରାଥମିକ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଅଖାଟି ନଦୀରେ ଭାସି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ଉଭୟ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି । ସୂଚନା ମୁତାବକ ସୁବର୍ଣ୍ଣରେଖା ନଦୀର ରାଜଘାଟସ୍ଥିତ ବାରୁଣୀ ମେଳା ନିକଟରେ ନଦୀରେ ଏକ ଅଖା ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ ।


