କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଘର ଦାନ କରିଛନ୍ତି ଜଣେ ମହିଳା । ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ବି ଖାଲି କରିବାକୁ ପଡିଲା । ଏହାପରେ କଂଗ୍ରେସ ନେତାଙ୍କ ପକ୍ଷରୁ ‘ମେରାଘର, ରାହୁଲ ଗାନ୍ଧୀଙ୍କ ଘର’ ନାମରେ ଏକ କ୍ୟାମ୍ପେନ୍ ଆରମ୍ଭ କରାଯାଇଛି । ଏହାରି ଭିତରେ ଦିଲ୍ଲୀରେ ରହୁଥିବା ଦିଲ୍ଲୀର ରାଜକୁମାରୀ ଗୁପ୍ତା ନାମକ ଜଣେ ମହିଳା ନିଜର ଏକ ୪ମହଲା କୋଠା ରାହୁଲ ଗାନ୍ଧୀଙ୍କ ନାଁରେ ଲେଖିଦେଇଛନ୍ତି ।

