ବିକ୍ରି ହୋଇଛି ଭାରତର ସବୁଠାରୁ ଦାମି ଆପାର୍ଟମେଣ୍ଟ୍ । ବର୍ତମାନସୁଦ୍ଧା ଏହା ଭାରତର ସବୁଠାରୁ ଦାମୀ ବଙ୍ଗଳା ଭାବେ ବିବେଚିତ ହେଉଥିବା ବେଳେ ଏହାର ଦାମ୍ ହେଉଛି ୩୬୯କୋଟି ଟଙ୍କା । ଏହି ଆପାର୍ଟମେଣ୍ଟ୍ ଦକ୍ଷିଣ ମୁମ୍ବାଇର ମାଲାବାର ହିଲରେ ରହିଛି । ଏହି ବିଳାସପୂର୍ଣ୍ଣ ଟ୍ରିପଲକ୍ସ ଆପାର୍ଟମେଣ୍ଟ୍ କିଣିଥିବା ଡିଲକୁ ଭାରତର ସବୁଠୁ ମହଙ୍ଗା ଡିଲ ବୋଲି କୁହାଯାଉଛି । ଉଦ୍ୟୋଗପତି ତଥା ଫାମୀ କେୟାରର ପ୍ରତିଷ୍ଠାତା ଜେ.ପି. ତାପରିଆଙ୍କ ପରିବାର ସଦସ୍ୟ ୩୬୯କୋଟି ଟଙ୍କାରେ ଏହି ଆପାର୍ଟମେଣ୍ଟକୁ କିଣିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସାମୁଦ୍ରିକ ଦୃଶ୍ୟଯୁକ୍ତ ଏହି ଆପାର୍ଟମେଣ୍ଟ୍ ଦେଶର ସବୁଠାରୁ ଦାମୀ ବଙ୍ଗଳା ଭାବେ ବିବେଚିତ ହେଉଛି । ଫାମୀ କେୟାର କଣ୍ଟ୍ରାସେପଟିଭ୍ ତିଆରି କରୁଥିବା ଏକ ପ୍ରମୁଖ କମ୍ପାନୀ । ଏହାର ପ୍ରତିଷ୍ଠାତା ଜେ.ପି. ତାପରିଆଙ୍କର ପରିବାର ରିଅଲିଟି ଡେଭଲପର ଲୋଢୋ ଗ୍ରୁପ୍ଠାରୁ ଏହି ବିଳାସପୂର୍ଣ୍ଣ ଟ୍ରିପଲେକ୍ସ ଆପାର୍ଟମେଣ୍ଟ୍ କିଣିଛି ।
ଅଧିକ ପଢନ୍ତୁ
ଏହା ଠିକ୍ ଗଭର୍ଣ୍ଣର୍ସ ଇଷ୍ଟେଟର ସାମ୍ନାସ୍ଥିତ ଏକ ସି-ଭିୟୁୃ୍ୟ ଆପାର୍ଟମେଣ୍ଟ୍ । ଏହି ଟାୱାରରୁ ଆରବ ସାଗରର ଦୃଶ୍ୟ ଉପଭୋଗ କରିବାର ସୁବିଧା ଥିବା ବେଳେ ଏଠାରୁ ଆରବସାଗରର ଦୃଶ୍ୟ ବି ଉପଭୋଗ କରିହେବ । ସେହିପରି ଏଠାରେ ରହିଛି ଏକ ହ୍ୟାଙ୍ଗିଂ ଗାର୍ଡେନ୍ । ରିପୋର୍ଟ ମୁତାବକ, ତାପରିଆ ପରିବାର ଯେଉଁ ଆପାର୍ଟମେଂଟ୍ କିରିଛନ୍ତି ତାହା ୨୬ତମ, ୨୭ତମ ଓ ୨୮ତମ ଫ୍ଲୋରରେ ରହିଛି ।
ଆହୁରି ପଢନ୍ତୁ