Home Breaking News ମାଷ୍ଟର ସେଫ୍‌ରେ ପଖାଳ ଭାତ

ମାଷ୍ଟର ସେଫ୍‌ରେ ପଖାଳ ଭାତ

by Admin
0 comment

ଭାରତର ଲୋକପ୍ରିୟ ରିୟାଲିଟି ସୋ ମାଷ୍ଟର ସେଫ୍ ଇଣ୍ଡିଆ । ବର୍ତ୍ତମାନ ଏହାର ସପ୍ତମ ସଂସ୍କରଣ ଶେଷ ହୋଇଛି । ଏବଂ ଏଥିରେ ବିଜେତା ହୋଇଛନ୍ତି, ଆସାମର ଯୁବକ ନୟନ ଜ୍ୟୋତି । କିନ୍ତୁ ସୋ ର ଫାଇନାଲ ରାଉଣ୍ଡରେ ଦେଖିବାକୁ ମିଳିଛି ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଭାତ ।

ସୂଚନାଯୋଗ୍ୟ ଗତକାଲି ମାଷ୍ଟର ସେଫ୍ ସିନିଜ୭ର ଫାଇନାଲ ରାଉଣ୍ଡ ଥିଲା । ମୋଟ ନିତି ଫାଇନାଲିସ୍ଟ ମଧ୍ୟରେ ଫାଇନାଲ ଟକ୍କର ହୋଇଥିଲା । ଫାଇନାଲରେ ପଦ୍ମଶ୍ରୀ ସେଫ୍ ସଞ୍ଜୀବ କପୁର ଯୋଗ ଦେଇଥିଲେ । ଏବଂ ସମସ୍ତ ଫାଇନାଲିସ୍ଟଙ୍କୁ ୩ କୋର୍ସ ବିଶିଷ୍ଟ ମିଲ୍ ତିଆରି କରିବାକୁ କହିଥିଲେ ।

ଅଧିକ ପଢନ୍ତୁ

ଆସାମର ଅନ୍ୟ ଜଣେ ପ୍ରତିଯୋଗୀ ସାନ୍ତା ଶର୍ମା ମେନ୍ କୋର୍ସରେ ପଖାଳ ଭାତ ସହିତ ଓଡିଶାରେ ଖିଆଯାଉଥିବା ଟମାଟୋ ଚଟଣୀ, ପଣସ ମଞ୍ଜି ଓ ବାଉଁଶ ଚକଟା, ମାଛ ଚକଟା, ବିନ୍ସ ସାଲାଟ, ଶୁଖୁଆ ଓ ଧନିଆ ଚଟଣୀ ଇତ୍ୟାଦି ତିଆରି କରିଥିଲେ ।

ଆହୁରି ପଢନ୍ତୁ

ସାନ୍ତାଙ୍କ ତିଆରି ଏହି ଓଡିଆ ଖାଦ୍ୟଟିକୁ ସମସ୍ତ ଜଜ୍‌ମାନେ ବେଶ୍ ପସନ୍ଦ କରିଥିଲେ । ସେଫ୍ ରଣବୀର ପଖାଳ ଭାତକୁ କୃଷକଙ୍କ ଖରାଦିନର ସାଥି ବୋଲି ବିବେଚନା କରିଥିଲେ । ଅନ୍ୟ ପକ୍ଷରରେ ପଦ୍ମଶ୍ରୀ ସେଫ୍ ରଣବୀର ପଖାଳ ଖାଇ କହିଥିଲେ, ଏହା ଏପରି ଖାଦ୍ୟ ଯାହାକୁ ଯେତେ ଖାଇଲେ ମଧ୍ୟ ଆହୁରି ଖାଇବାକୁ ଇଚ୍ଛା ହୋଇଥାଏ ।

ଫାଇନାଲରେ ସମସ୍ତେ ଭଲ ମିଲ୍ ପ୍ରସ୍ତୁତ କରିଥିଲେ ମଧ୍ୟ ଆସାମର ନୟନ ଜ୍ୟୋତି ମାଷ୍ଟର ସେଫ୍ ସିଜିନ୭ର ନୂଆ ବିଜେତା ହୋଇଥିଲେ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc