ଅଷ୍ଟମ ବେତନ କମିଶନକୁ ନେଇ ସରକାରଙ୍କ ପକ୍ଷରୁ ଆସିଛି ବଡ଼ ଅପଡେଟ୍ । ନୂଆ ବେତନ କମିଶନ ଲାଗୁହେବା ପରେ କର୍ମଚାରୀଙ୍କ ଦରମା ପୁଣିଥରେ ବୃଦ୍ଧି ପାଇବ । ଗତ ୨୪ତାରିଖରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏ ୪ପ୍ରତିଶତ ବୃଦ୍ଧି କରିଥିଲେ । ଫଳରେ କେନ୍ଦ୍ର କର୍ମଚାରୀଙ୍କ ମୋଟ୍ ମହଙ୍ଗା ଭତା ୩୮ପ୍ରତିଶତରୁ ବୃଦ୍ଧିପାଇ ୪୨ପ୍ରତିଶତରେ ପହଞ୍ଚିଛି । ଏହାମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ପାଇଁ ପୁଣିଥରେ ଆସିଛି ଖୁସି ଖବର । ବର୍ତମାନ କେନ୍ଦ୍ର କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ପାଉଛନ୍ତି ।
ଅଧିକ ପଢନ୍ତୁ
ଏନେଇ କର୍ମଚାରୀମାନେ ବହୁବାର ଅଭିଯୋଗ କରିଆସୁଥିଲେ ବି ସେମାନଙ୍କୁ ଦାବି ମୁତାବକ ବେତନ ମିଳୁନାହିଁ । ଅର୍ଥାତ୍ କେନ୍ଦ୍ର କର୍ମଚାରୀଙ୍କୁ ଯେତିକି ଦରମା ମିଳିବା କଥା ତା’ଠାରୁ କମ୍ ମିଳୁଛି । ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଅଷ୍ଟମ ବେତନ କମିଶନ ଦାବି କରିଆସୁଛନ୍ତି । ଯେଉଁଥିରେ ଖୁବଶୀଘ୍ର ଲାଗିବ ମୋହର । ରିପୋର୍ଟ ମୁତାବକ କେନ୍ଦ୍ର କର୍ମଚାରୀଙ୍କ ସର୍ବନିମ୍ନ ବେତନ ସୀମା ୧୮ହଜାର ଟଙ୍କା ରଖାଯାଇଛି ।
ଆହୁରି ପଢନ୍ତୁ