Home Breaking News କମିଲା ଗ୍ୟାସ ଦର

କମିଲା ଗ୍ୟାସ ଦର

by Admin
0 comment

ଆର୍ôଥକ ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଖୁସି ଖବର । ଆଜି ଏଲପିଜି ସିଲିଣ୍ଡରର ଦାମ ହ୍ରାସ ପାଇଛି । ସରକାର ୧୯କିଲୋଗ୍ରାମ୍ ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ପିଛା ଦାମ୍ ୯୧ଟଙ୍କା ୫୦ପଇସା ହ୍ରାସ କରିଛନ୍ତି । ଗତମାସରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ ଏକାବେଳେ ୩୫୦ଟଙ୍କା ଟଙ୍କା ବଢିଥିବା ବେଳେ ଏବେ ୯୧ଟଙ୍କା ୫୦ପଇସା ହ୍ରାସ ପାଇଛି । ଏହାଛଡ଼ା ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତନ କରାଯାଇନଥିବାରୁ ଏଥିପାଇଁ ସାଧାରଣ ଜନତା ବିଶେଷ ଖୁସି ନଥିବା ଜଣାପଡ଼ିଛି । ଘରୋଇ ଏଲପିଜି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ପୂର୍ବ ନିର୍ଦ୍ଧାରିତ ଦାମ୍ ଦେବାକୁ ପଡିବ ।

ସବୁଠାରୁ ବଡ଼ କଥା ହେଉଛି, ୧୪.୨କେଜି ବିଶିଷ୍ଟ ଘରୋଇ ସିଲିଣ୍ଡର ମୂଲ୍ୟ ଦେଶର ରାଜଧାନୀ ଦିଲ୍ଲୀରେ ୧୧୦୩ଟଙ୍କା, କୋଲକାତାରେ ୧୧୨୯ଟଙ୍କା, ମୁମ୍ବାଇରେ ୧୧୦୨ଟଙ୍କା ୫୦ପଇସା ଓ ଚେନ୍ନାଇରେ ୧୧୧୮ଟଙ୍କା ୫୦ପଇସା ରହିଛି । ଇଣ୍ଡିଆନ୍ ଅଏଲ ୱେବସାଇଟ୍ ମୁତାବକ, ଏପ୍ରିଲ ପହିଲାରୁ କମର୍ସିଆଲ ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ ୨୦୨୮ଟଙ୍କା, କୋଲକାତାରେ ୨୧୩୨ଟଙ୍କା, ମୁମ୍ବାଇରେ ୧୯୮୦ଟଙ୍କା ଓ ଚେନ୍ନାଇରେ ୨୧୯୨ଟଙ୍କା ୫୦ପଇସା ହୋଇଛି । ପୂର୍ବରୁ ଦିଲ୍ଲୀରେ ଏହାର ଦାମ୍ ୨୧୧୯ଟଙ୍କା ୫୦ପଇସା, କୋଲକାତାରେ ୨୨୨୧ଟଙ୍କା ୫୦ପଇସା ଓ ମୁମ୍ବାଇରେ ୨୦୭୧ଟଙ୍କା ୫୦ପଇସା ରହିଥିଲା ।

ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଖୁସି ଖବର । ଆଜି ଏଲପିଜି ସିଲିଣ୍ଡରର ଦାମ ହ୍ରାସ ପାଇଛି । ସରକାର ୧୯କିଲୋଗ୍ରାମ୍ ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ପିଛା ଦାମ୍ ୯୧ଟଙ୍କା ୫୦ପଇସା ହ୍ରାସ କରିଛନ୍ତି । ଗତମାସରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ ଏକାବେଳେ ୩୫୦ଟଙ୍କା ଟଙ୍କା ବଢିଥିବା ବେଳେ ଏବେ ୯୧ଟଙ୍କା ୫୦ପଇସା ହ୍ରାସ ପାଇଛି । ଏହାଛଡ଼ା ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତନ କରାଯାଇନଥିବାରୁ ଏଥିପାଇଁ ସାଧାରଣ ଜନତା ବିଶେଷ ଖୁସି ନଥିବା ଜଣାପଡ଼ିଛି । ଘରୋଇ ଏଲପିଜି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ପୂର୍ବ ନିର୍ଦ୍ଧାରିତ ଦାମ୍ ଦେବାକୁ ପଡିବ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc