Home Breaking News ମୋଦୀଙ୍କୁ ସାର୍ଟିଫିକେଟ୍ ମାଗିବାରୁ କେଜ୍ରିୱାଲଙ୍କୁ ଫାଇନ୍‌

ମୋଦୀଙ୍କୁ ସାର୍ଟିଫିକେଟ୍ ମାଗିବାରୁ କେଜ୍ରିୱାଲଙ୍କୁ ଫାଇନ୍‌

by Admin
0 comment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାର୍ଟିଫିକେଟ୍ ମାଗିବାରୁ ଲାଗିଲା ଫାଇନ୍ । ମୋଦୀଙ୍କୁ ଡିଗ୍ରୀ ପ୍ରମାଣପତ୍ର ମାଗି ଏବେ ହରଡ଼ଘଣାରେ ପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ । ଗୁଜୁରାଟ ହାଇକୋର୍ଟଙ୍କ ପକ୍ଷରୁ କେଜ୍ରୀୱାଲଙ୍କୁ ୨୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ ଗୁଜୁରାଟ ହାଇକୋର୍ଟରେ କେଜ୍ରୀୱାଲ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ ।

ଅଧିକ ପଢନ୍ତୁ

ମୋଦୀ କେତେ ପାଠ ପଢିଛନ୍ତି ସେ ସମ୍ପର୍କରେ ସେ ଜାଣିବାକୁ ଚାହୁଁଛନ୍ତି ବୋଲି ଏଥିରେ ଉଲ୍ଲେଖ ଥିଲା । ହେଲେ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରିବାକୁ ମନା କରିଦେବା ସହ କେଜ୍ରୀୱାଲଙ୍କୁ ଓଲଟା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଡିଗ୍ରୀ ସାର୍ବଜନୀନ କରିବାର କୌଣସି ଆବଶ୍ୟକତା ନାହିଁ । ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ବିରେନ୍ ବୈଷ୍ଣବ ଏହି ରାୟ ପ୍ରଦାନ କରି ଏହା ଉପରେ ରହିତାଦେଶ ଜାରି କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି ।

ଆହୁରି ପଢନ୍ତୁ

ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗୁଜୁରାଟର ଷ୍ଟେଟ୍ ଲିଗାଲ ସର୍ଭିସ୍ କର୍ତୃପକ୍ଷଙ୍କ ନିକଟରେ କେଜ୍ରୀୱାଲଙ୍କୁ ଏହି ଜରିମାନା ପୈଠ କରିବାକୁ ପଡ଼ିବ । କେନ୍ଦ୍ରୀୟ ସୂଚନା କମିଶନ ଗତ ୨୦୧୬ରେ ଗୁଜୁରାଟ ବିଶ୍ୱବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମାଷ୍ଟର ଡିଗ୍ରୀ ବିଷୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ମୋଦୀଙ୍କ ଡିଗ୍ରୀକୁ ନେଇ ସେ ସମୟରେ ଚର୍ଚ୍ଚା ଜୋର ଧରିଥିଲା ।

ହେଲେ କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି, ମୋଦୀଙ୍କ ସାର୍ଟିଫିକେଟ୍ ସାର୍ବଜନୀନ କରିବାର କୌଣସି ଆବଶ୍ୟକତା ନାହିଁ । ତେବେ କେବଳ କେଜ୍ରୀୱାଲ ନୁହଁନ୍ତି, ଏହାପୂର୍ବରୁ ଗତ ନିର୍ବାଚନରେ କଂଗ୍ରେସ ମଧ୍ୟ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଥିଲା । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ପ୍ରଧାନମନ୍ତ୍ରୀଙ୍କୁ ସାର୍ଟିଫିକେଟ୍ ମାଗିଥିବାରୁ ତାଙ୍କ ଉପରେ ୨୫ହଜାର ଟଙ୍କାର ଜରିମାନା ଲଗାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc