ଆସନ୍ତା ୧ ତାରିଖ ଅର୍ଥାତ୍ ଉତ୍କଳ ଦିବସରେ ଚାଷୀଙ୍କୁ ମିଳିବ ‘କାଳିଆ’ କିସ୍ତି । କିସ୍ତି ବାବଦ ଅର୍ଥ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫେରେନ୍ସିଂ ଜରିଆରେ ରାଜ୍ୟର ୫୩ଲକ୍ଷରୁ ଅଧିକ ଚାଷୀଙ୍କୁ ଏହି ଅର୍ଥରାଶି ବଂଟନ କରାଯିବ । ତେବେ ଝାରସୁ୍ଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିବାରୁ ସମ୍ପୃକ୍ତି ଜିଲ୍ଲାର ହିତାଧିକାରୀଙ୍କୁ ଏହି ରାଶି ଉପନିର୍ବାଚନ ପରେ ପ୍ରଦାନ କରାଯିବ ।
୨୦୧୮ ଡିସେମ୍ବରରେ ରାଜ୍ୟର ଚାଷୀମାନଙ୍କୁ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ପ୍ରତିବର୍ଷ ହିତାଧି କାରୀମାନଙ୍କୁ ୨ଟି ପର୍ଯ୍ୟାୟରେ ୪ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଆସୁଛି ।
