ଗୁଜୁରାଟ ଅହମଦାବାଦର ସହରର ବିଭିନ୍ନ ସ୍ଥାନରେ ମୋଦୀ ହଟଓ, ଦେଶ ବଚାଓ ଛପା ହୋଇଥିବା ପୋଷ୍ଟର ଲଗାଇବା ମାମଲାରେ ୮ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଗୁଜୁରାଟ ପୋଲିସ । ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପ୍ ସାରା ଦେଶରେ ପୋଷ୍ଟର ଅଭିଯାନ ଆରମ୍ଭ କରିବାର ଠିକ ଦିନକ ପରେ ଗୁଜୁରାଟ ପୋଲିସ ପକ୍ଷରୁ ଏପରି ଗିରଫଦାରୀ ଆରମ୍ଭ କରାଯାଇଛି ।
ଅହମଦାବାଦ ପୋଲିସର କହିବାନୁସାରେ ବେଆଇନ ଭାବରେ ସହରର ବିଭିନ୍ନ ସ୍ଥାନରେ ଆପତ୍ତିଜନକ ପୋଷ୍ଟର ଲଗାଯାଇଥିଲା । ତାହା ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୮ ଜଣଙ୍କୁ ଗିରଫ କରାଯାଇଛି । ଏବଂ ଏ ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।
ଅଧିକ ପଢନ୍ତୁ