ମଣିଷର ଭାବନା ଶକ୍ତିକୁ ପ୍ରଯୁକ୍ତି ବିଦ୍ୟାର ରୂପ ଦେଇ ପରୀକ୍ଷାନିରୀକ୍ଷା ଜାରି ରଖିଥିବା ସଂସ୍ଥା ଓପନ୍ଏଆଇ ବିରୋଧରେ ଆମେରିକାର ଫେଡେରାଲ ଟ୍ରେନ୍ କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । କମ୍ପାନୀର ବହୁ ଚର୍ଚ୍ଚିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା ଏଆଇ ଉତ୍ପାଦ ଚାଟ୍ଜିପିଟିକୁ ବନ୍ଦ କରିବାକୁ ଏଥିରେ ନିବେଦନ କରାଯାଇଛି । ନୈତିକତା ଲାଗି ଲଢେଇ କରୁଥିବା ପ୍ରଯୁକ୍ତି ଜଗତର ଏକ ଦଳ ସେଂଟର ଫର୍ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଆଣ୍ଡ୍ ଡିଜିଟାଲ ପଲିସି ପକ୍ଷରୁ ଏହି ଅଭିଯୋଗ କରାଯାଇଛି ।


ମାର୍କ ରୋଟେନବର୍ଗଙ୍କ ନେତୃତ୍ୱାଧୀନ ଏହି ଦଳ ଚାଟ୍ ଜିପିଟିର ଉନ୍ନତ ଭର୍ସନ ଜିପିଟି-ଫୋରକୁ କଡ଼ା ବିରୋଧ କରିଛନ୍ତି । ଏହାକୁ ବାଣିଜ୍ୟିକ ଭାବେ ଉପଲବ୍ଧ କରାଇବା ଉପରେ ରୋକ୍ ଲଗାଇବା ସହ ଏହାର ସୃଷ୍ଟିକର୍ତା ଓପନ୍ ଏଆଇ ବିରୋଧରେ ତୁରନ୍ତ ତଦନ୍ତ ଆରମ୍ଭ କରିବାକୁ କମିଶନଙ୍କୁ ନିବେଦନ କରାଯାଇଛି । ଓପନ୍ ଏଆଇ ହେଉଛି ବିଲ୍ ଗେଟସଙ୍କ କମ୍ପାନୀ ମାଇକ୍ରୋସଫ୍ଟ ସମର୍ôଥତ ଏକ ଷ୍ଟାର୍ଟଅପ୍ ସଂସ୍ଥା ଯାହା ସାମ୍ ଅଲଟମ୍ୟାନଙ୍କ ଅଧୀନରେ ପରିଚାଳିତ ହେଉଛି ।
