ଓଡିଶା: ୨୦୨୩-୨୪ଆର୍ôଥକ ବର୍ଷ ପାଇଁ ନୂଆ ଅବକାରୀ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ନୂଆ ପଲିସୀ ଜାରି କରାଯାଇଛି । ନୂଆ ପଲିସି ମୁତାବକ ଏଣିକି ରାଜ୍ୟର ବିଭିନ୍ନ ବିଅଲପାର୍ଲରରେ ୱାଇନ୍ ମିଳିବା ସହ ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ପାଇଁ ମଦ ଉପଲବ୍ଧ ହେବ । ଏ ବାବଦରେ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ବା ଓଟିଡିସିକୁ ଅବଗତ କରାଯାଇଛି । ସେହିପରି ଗ୍ରାମାଂଚଳରେ କୌଣସି ପ୍ରକାର ଠିପି ଖୋଲା ମଦ ଦୋକାନ ଖୋଲିପାରିବନି ।
ଅନ୍ୟପକ୍ଷରେ ସହରାଂଚଳରେ ରୁମ୍ ବ୍ୟବସ୍ଥା ଥିବା ହୋଟେଲକୁ ବାର ଖୋଲିବାକୁ ବି ମିଳିବ ଅନୁମତି । ନୂଆ ଅବକାରୀ ପଲିସି ମୁତାବକ, ଠିପି ବନ୍ଦ ମଦ ଦୋକାନର ଲାଇସେନ୍ସ ପାଇଁ ଆପ୍ଲିକେଶନ ଫି’ ମଧ୍ୟ ବଢିବ । ଲେବଲ ରେଜିଷ୍ଟ୍ରେସନ ଫିସ୍ ୪୦ହଜାରରୁ ୫୦ହଜାରରୁ ବୃଦ୍ଧି କରିଛି ରାଜ୍ୟ ଅବକାରୀ ବିଭାଗ । ସେହିପରି ଆପ୍ଲିକେସନ ଫିସ୍ ୧ଲକ୍ଷ ୧୦ହଜାରରୁ ୧ଲକ୍ଷ ୨୦ହଜାର ଟଙ୍କା ବୃଦ୍ଧି କରାଯାଇଛି । ସୂଚନା ମୁତାବକ ଗତବର୍ଷ ଏପ୍ରିଲରେ ରାଜ୍ୟସରକାର ନୂଆ ଅବକାରୀ ନୀତି ଆଣିଥିଲେ ।
ଅଧିକ ପଢନ୍ତୁ