ବିଧାନସଭାରେ ପର୍ଣ୍ଣ ଭିଡିଓ ଦେଖୁଛନ୍ତି ବିଧାୟକ । ତି୍ରପୁରାରେ ଶାସକଦଳର ବିଜେପି ବିଧାୟକ ଯାଦବଲାଲ ନାଥଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ବିଧାନସଭାରେ ବଜେଟ୍ ଅଧିବେଶନ ଚାଲିଥିବା ବିଧାୟକ ଶ୍ରୀ ନାଥ ତାଙ୍କ ସିଟରେ ବସି ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ ତି୍ରପୁରାର ବାଗବାସା ବିଧାୟକ ଯାଦବଲାଲ ନାଥ ଆଜି ଏହି ଭିଡ଼ିଓ ଦେଖୁଥିବା କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ଅଧିକ ଖବର ପାଇଁ ଭିଡ଼ିଓ ଦେଖନ୍ତୁ
ସେ ଭିଡ଼ିଓ ଦେଖୁଥିବା ବେଳର ଦୃଶ୍ୟ ବିଧାନସଭା କ୍ୟାମେରାରେ କଏଦ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ବିଧାନସଭାରେ ବିଜେଟ୍ ଅଧିବେଶନ ଚାଲିଥିବା ବେଳେ ବିଧାୟକ ଶ୍ରୀ ନାଥଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯିବା ସହ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ବିଧାନସଭା ଭଳି ଏକ ଗଣତନ୍ତ୍ରର ମନ୍ଦିରରେ ବସି ଜଣେ ଜନପ୍ରତିନିଧି ପର୍ଣ୍ଣ ଭିଡ଼ିଓ ଦେଖିବାକୁ ସାଧାରଣରେ ନିନ୍ଦା କରାଯାଉଛି । ଏବେ ବିଧାୟକଙ୍କର ଏଭଳି କାର୍ଯ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ନିକଟ ଅତୀତରେ ତି୍ରପୁରାରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ସେଠାରେ ବହୁ ଉଦ୍ୟମ ପରେ ବିଜେପି କ୍ଷମତାକୁ ଆସିଛି ।
ଅଧିକ ପଢନ୍ତୁ