ଆଜି ପବିତ୍ର ରାମ ନବମୀ ଅବସରରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଦେଶର ବିଭିନ୍ନ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ତେବେ ଏଭଳି ପବିତ୍ର ଦିନରେ ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ନିଆଁ ଲାଗିଥିବା ବେଳେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ମନ୍ଦିର କୂଅର ଛାତ ଭୁଶୁଡିବା ଘଟଣା ଦେଶବାସୀଙ୍କୁ ଶୋକାଭିଭୂତ କରିବା ସହ ମନକୁ ଆନ୍ଦୋଳିତ କରିଛି |

