କଲମ୍ବିଆରେ ନିଜ ଦେଶରେ ଥିବା ଜଳହସ୍ତୀଙ୍କ ବିଦେଶକୁ ପଠାଇବା ନିମନ୍ତେ ଆରମ୍ଭ କରିଛି ଯୋଜନା । ଆଗାମୀ ଗୋଟିଏ ମାସ ମଧ୍ୟରେ ଦେଶରେ ଥିବା ଜଳହସ୍ତୀଙ୍କର ପ୍ରାୟ ୫୦% ସ୍ଥାନାନ୍ତରୀତ କରିବ । ଏନେଇ ବୁଧବାର ଦିନ କଲମ୍ବିଆ ସରକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଯୋଜନାନୁସାରେ ୧୦ଟି ଜଳହସ୍ତୀ ଉତ୍ତର ମେକ୍ସିକୋର ଓସ୍ତୋକ୍ ଅଭୟାରଣ୍ୟକୁ ପଠାଯିବ । ସେହିପରି ଅନ୍ୟ ୬୦ଟି ଜଳହସ୍ତୀକୁ ଭାରତକୁ ଅଣାଯିବ । କିନ୍ତୁ ଭାରତର କେଉଁ ଅଭୟାରଣ୍ୟକୁ ଅଣାଯିବ ସେ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ ।

