Home Crime ଅଫିସରେ ଚେୟାରକୁ ନେଇ ଝଗଡା: ସହକର୍ମୀକୁ ଗୁଳିମାଡ

ଅଫିସରେ ଚେୟାରକୁ ନେଇ ଝଗଡା: ସହକର୍ମୀକୁ ଗୁଳିମାଡ

by Admin
0 comment

ହରିୟାଣା ଗୁରୁଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ରମାଡା ନିକଟରେ ଥିବା ଏକ ଅଫିସରେ ମଙ୍ଗଳବାର ଦିନ ୨ ସହକର୍ମୀ ବିଶାଲ ଓ ଅମନଙ୍କ ମଧ୍ୟରେ ଅଫିସରେ ଥିବା ଚେୟାରକୁ ନେଇ ଝଗଡା ହୋଇଥିଲା । ଘଟଣାର ପରଦିନ ମଧ୍ୟ ସମାନ କଥାରେ ଆଉ ଥରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ବିଶାଲ ଘଟଣା ସ୍ଥଳରୁ ରାଗିଯାଇ ବାହାରକୁ ଚାଲିଯାଇଥିଲେ । କିନ୍ତୁ ଅମନ ହଠାତ ଆସି ତାଙ୍କୁ ଗୁଳି କରିଥିଲା । ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସହକର୍ମୀମାନେ ବିଶାଲଙ୍କୁ ଏକ ଘରୋଇ ମେଡିକାଲରେ ଚିକିସôା କରାଇଥିଲେ । ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଶାଲଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତରୀତ କରିବା ତାଙ୍କ ଘର ଲୋକଙ୍କୁ ସୂଚନା ଦେଇଛନ୍ତି । ଏବଂ ବିଶାଲଙ୍କ ଭାଇଙ୍କ ଲିଖିତ ଅଭିଯୋଗ ପରେ ଆଇପିସି ଧାରା ୩୦୭ (ହତ୍ୟା ଉଦ୍ୟମ) ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫-୫୪-୫୯ ଅନୁଯାୟୀ ମାମଲା ରୁଜୁ କରିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc