ଟୁଇଟରର ବଡ଼ ଆକ୍ସନ୍ । ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଂଟକୁ ଭାରତରେ ବ୍ଲକ୍ ହୋଇଛି । ଟୁଇଟରରେ ଜାରି କରାଯାଇଥିବା ନୋଟିସ୍ ଅନୁଯାୟୀ ଆଇନଗତ କାରଣ ଯୋଗୁଁ ପାକିସ୍ତାନ ସରକାରଙ୍କ ଆକାଉଂଟକୁ ବ୍ଲକ୍ କରିଦିଆଯାଇଛି । ଟୁଇଟରର ଗାଇଡ୍ ଲାଇନ ଅନୁଯାୟୀ, ବୈଧ ଆଇନଗତ କାର୍ଯ୍ୟାନୁଷ୍ଠାନ, ଯେପରି କି କୋର୍ଟଙ୍କ ନିର୍ଦ୍ଦେଶ ଅବା ସରକାରଙ୍କ ଦାବି ଉପରେ ଆକାଉଂଟକୁ ବ୍ଲକ୍ କରିବାକୁ ପଡ଼ିଛି ।
ଅଧିକ ପଢନ୍ତୁ
ରଏଟର୍ସର ରିପୋର୍ଟ ଅନୁଯାୟୀ, ଆମେରିକା ଓ କାନାଡା ଆଦି ଦେଶରେ ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଂଟ୍ ଚାଲୁ ରହିଛି । ଏବେ ପର୍ଯ୍ୟନ୍ତ ଏହି ଘଟଣାରେ ଭାରତ କିମ୍ବା ପାକିସ୍ତାନର ସୂଚନା ଓ ଆଇଟି ମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ପାକିସ୍ତାନର ସରକାରୀ ଟୁଇଟର ଆକାଉଂଟକୁ ଖୋଲିବା ସମୟରେ ଲେଖାଯାଇଛି, ଭାରତରେ ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଂଟ୍ ଏକ ଆଇନଗତ ଦାବିର ଜବାବ ପାଇଁ ବନ୍ଦ କରାଯାଇଛି ।
ଆହୁରି ପଢନ୍ତୁ