Home Breaking News ଦିନକରେ ୨୨ଲକ୍ଷ ଫାଇନ୍‌, ୮୮ଗାଡି ସିଜ୍‌

ଦିନକରେ ୨୨ଲକ୍ଷ ଫାଇନ୍‌, ୮୮ଗାଡି ସିଜ୍‌

by Admin
0 comment

ବାରମ୍ବାର ଅନୁରୋଧ ଚେତାବନୀ ଓ ନିର୍ଦ୍ଦେଶନାମା ଜାରି ପରେ ବି ସୁଧୁରୁ ନାହାନ୍ତି ନାବାଳକ ଗାଡିଚାଳକ । ଯଦି ବିନା ଡ୍ରାଇଭିଂ ଲାଇସେନ୍ସରେ କୌଣସି ସ୍କୁଲ ଛାତ୍ର ଗାଡି ଚଳାଉଛନ୍ତି ତେବେ ସେମାନଙ୍କ ବାପାଙ୍କ ଲାଇସେନ୍ସ ବାତିଲ ହେବା ସହ ଜରିମାନା ଆଦାୟ କରାଯିବ । ଉଭୟ ରାଜ୍ୟ ସରକାର ଓ ପୋଲିସ ପକ୍ଷରୁ ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ହେଲେ ତଥାପି ଚେତୁନାହାନ୍ତି ଅମାନିଆ ନାବାଳକ ଗାଡିଚାଳକ ।

ଅଧିକ ପଢନ୍ତୁ

ଚେକିଂର ପ୍ରଥମ ଦିନରେ କେବଳ କଟକରେ ଗୋଟିଏ ଦିନରେ ନାବାଳକଙ୍କଠାରୁ ୨୨ଲକ୍ଷ ଟଙ୍କା ଫାଇନ୍ ଆଦାୟ କରାଯିବା ସହ ୮୮ଟି ଗାଡ଼ି ସିଜ୍ କରାଯାଇଛି । ଏହାଛଡ଼ା ୯ଶହରୁ ଅଧିକ ଗାଡିକୁ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ଫାଇନ୍ ବି କରାଯାଇଛି । ଏନେଇ ପରିବହନ ବିଭାଗର ଏନଫୋର୍ସମେଂଟ୍ ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି । ପ୍ରତି ଗାଡି ପିଛା ୨୫ହଜାର ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରାଯାଇଥିବା ବେଳେ କିଛି ଅଭିଭାବକ ଫାଇନ୍ ଦେଇ ଗାଡି ନେଇଯାଉଛନ୍ତି । ସେହିପରି ଯେଉଁମାନେ ଫାଇନ୍ ଦେଇନାହାନ୍ତି ବା ଦେବାକୁ ରାଜି ହେଉନାହାନ୍ତି ସେମାନଙ୍କ ଗାଡିକୁ କୋର୍ଟ ଚାଲାଣ କରାଯାଉଥିବା ଏନଫୋର୍ସମେଂଟ୍ ଅତିରିକ୍ତ କମିଶନର କହିଛନ୍ତି ।

ଆହୁରି ପଢନ୍ତୁ

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc