ଆସନ୍ତା ଏପ୍ରିଲ ଏକ ତାରିଖରୁ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇବ । ଏହି କ୍ରମରେ ରାଜ୍ୟରେ ଓମ୍ଫେଡ୍ କ୍ଷୀର ଦର ମଧ୍ୟ ମହଙ୍ଗା ହେବ ବୋଲି ଜଣାପଡିଛି । କମ୍ପାନୀ କ୍ଷୀର ଦର ଲିଟର ପିଛା ପ୍ରାୟ ୪ ଟଙ୍କା ବୃଦ୍ଧି କରିବା ନେଇ ଯୋଜନା ରଖିଛି । କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଗୋଖାଦ୍ୟ ଓ ଗୋଚାରାର ମୂଲ୍ୟ, ଔଷଧ, ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗଁ କମ୍ପାନୀ ଏହାର ତରଳ ଦୁଗ୍ଧ (୫୦୦ମିଲି) ପିଛା ମୂଲ୍ୟରେ ୨ ଟଙ୍କା ବୃଦ୍ଧି କରିବା ପାଇଁ ବାଧ୍ୟ ହେଉଥିବା କହିଛି ।
ମୂଲ୍ୟ ବୃଦ୍ଧି ପରେ ବଜାରରେ ଟୋନ୍ଡ କ୍ଷୀର ପ୍ୟାକେଟ (୫୦୦ମିଲି)ର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କା, ପ୍ରିମିୟମ ଏବଂ ଗୋଲ୍ଡ କ୍ଷୀର (୫୦୦ମିଲି) ୨୪ ଟଙ୍କାରୁ ୨୬ ଟଙ୍କା ଏବଂ ଚା ସ୍ପେସିଆଲ କ୍ଷୀର (୫୦୦ମିଲି)ର ମୂଲ୍ୟ ୨୩ ରୁ ୨୫ ଟଙ୍କାକୁ ବୃଦ୍ଧି ପାଇବ । ଏହି ବର୍ଦ୍ଧିତ ଦର ଏପ୍ରିଲ ମାସ ପହିଲା ଠାରୁ ଲାଗୁହେବ ବୋଲି ଓମ୍ଫେଡ୍ ମଧ୍ୟରୁ ସୂଚନା ମିଳିଛି ।