ଗତ ୫ଦଶନ୍ଧି ମଧ୍ୟରେ ୩୫ଥର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଓଡ଼ିଶା । ପ୍ରତିବର୍ଷ ଓଡ଼ିଶା ବାତ୍ୟା, ବାତ୍ୟା ଓ ମରୁଡି ଭଳି ବିପର୍ଯ୍ୟୟର ସାମ୍ନା କରିଆସୁଛି । ବିପୁଳ କ୍ଷୟକ୍ଷତିରେ ଜୁଝୁଛି ଓଡ଼ିଶା । ଏପରିସ୍ଥିତିରେ ଓଡ଼ିଶାକୁ ୧୦ମିଲିୟନ ଡଲାରର ସହାୟତା ଦେଇଛି ବିଶ୍ୱ ବ୍ୟାଙ୍କ୍ ।
ଅଧିକ ପଢନ୍ତୁ
ଗତ ୨ ଦଶନ୍ଧି ମଧ୍ୟରେ ୧୦ଟି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସହ ୬ଥର ମରୁଡ଼ି ଓ ଭୟଙ୍କର ବନ୍ୟା ଯୋଗୁଁ ବିପୁଳ କ୍ଷତିଗ୍ରସ୍ତ ବି ହୋଇଛି । ଏପରି କି ବନ୍ୟା, ବାତ୍ୟା, ମରୁଡ଼ି ପରି ବିପର୍ଯ୍ୟୟ ସମ୍ମୁଖୀନ ହେବା ପରେ ଓଡ଼ିଶା ଯେଉଁ ହାରରେ ଆଗକୁ ବଢିବା କଥା ସେଭଳି ହୋଇପାରୁନି । କାରଣ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର ପ୍ରଚୁର କ୍ଷତି ଘଟାଉଛି । ସେହିପରି ୧୯୯୯ ଅକ୍ଟୋବରରେ ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଥିଲା ମହାବାତ୍ୟା । ବଦଳିଯାଇଥିଲା ଉପକୂଳ ଓଡ଼ିଶାର ଭୌଗଳିକ ସ୍ଥିତି । ପରେ ଏହାର ଥଇଥାନ ଓ ପୁନଃନିର୍ମାଣର ଜୀବନମନ୍ତ୍ର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟ ପରିଚାଳନାର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଥିଲେ ।
ଆହୁରି ପଢନ୍ତୁ