ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ଉତରଖାତା ଗାଏବ୍ । ଛାତ୍ରଛାତ୍ରୀଙ୍କ ଓଡ଼ିଆ ବିଷୟର ଉତରଖାତା ଗାଏବ୍ ହୋଇଯାଇଛି । ଏନେଇ ମୂଲ୍ୟାୟନ କେନ୍ଦ୍ର ପକ୍ଷରୁ ସମ୍ପୃକ୍ତ କଲେଜ କର୍ତୃପକ୍ଷଙ୍କୁ ଚିଠି ଲେଖିବା ପରେ ଘଟଣା ପଦାକୁ ଆସିଛି । ଘଟଣା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ ଦାୟୀତ୍ୱ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଅଧିକ ପଢନ୍ତୁ
ସୂଚନା ମୁତାବକ ବାରିପଦା ଶ୍ରୀମା ମହିଳା ମହାବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ୧୨ଜଣ ପରୀକ୍ଷାର୍ଥୀଙ୍କ ଉତରଖାତା ଗାଏବ୍ ହୋଇଯାଇଛି । ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଉଚ୍ଚ କର୍ତୃପକ୍ଷ 149KA090 ରୁ 149KA102 ରୋଲ ନମ୍ବର ଥିବା ଛାତ୍ରଛାତ୍ରୀଙ୍କ ଉତର ଖାତା ହଜିଯାଇଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ସେହିପରି ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ରର ସୁପିରିଟେଣ୍ଡେଂଟଙ୍କୁ ବି ଅନୁରୋଧ କରିଥିଲେ ।
ଆହୁରି ପଢନ୍ତୁ
ଶ୍ରୀମା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ନଟବର ଗିରି କହିଛନ୍ତି, ଆମେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ସୂଚନା ପାଇଥିଲୁ, ୧୨ଟି ଉତରଖାତା ହଜିଯାଇଛି । ଆମେ ସବୁଠି ଖୋଜାଖୋଜି ମଧ୍ୟ କଲୁ, ହେଲେ କିଛି ମିଳିଲାନି ବୋଲି ସେ କହିଛନ୍ତି । ଅପରପକ୍ଷରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତବାକ ନିକଟରେ ମାଟ୍ରିକ ପରୀକ୍ଷା ବେଳେ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଭାଇରାଲ ହେବା, ପ୍ରିଂଟିଂ ଭୁଲ ଆଦିକୁ ନେଇ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକସେନ ବା ବିଏସଇ ସମାଲୋଚିତ ହୋଇଥିବା ବେଳେ ଏବେ ସିଏଚଏସଇ ଅଡୁଆରେ ପଡିଛି ।