ଦେଶରେ ଦିନକୁ ଦିନ ଅତ୍ୟାବଶକୀୟ ସାମଗ୍ରୀର ଦାମ୍ ବୃଦ୍ଧି ପାଉଥିବା ବେଳେ, ଏପ୍ରିଲ ଆରମ୍ଭରୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ ହେବାକୁ ଯାଉଛି । ମାସ ଆରମ୍ଭରୁ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ହେଉଥିବା ବେଳେ, ମେଡିସିନ୍ ଦର ମଧ୍ୟ ବୃଦ୍ଧି ପାଇବ । ପେନ୍କିଲର ଠାରୁ ଆରମ୍ଭ କରି ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ ସବୁ ଔଷଧର ଦର ବୃଦ୍ଧି ଘଟିବ ।
ଅଧିକ ପଢନ୍ତୁ
ଡବ୍ଲ୍ୟୁପିଆଇର ପରିବର୍ତ୍ତନ ଅନୁଯାୟୀ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକୁୁ ମୂଲ୍ୟ ବୃଦ୍ଧି କରିବା ନିମନ୍ତେ ଅନୁମତି ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି । ମୁଦ୍ରାସ୍ପୀତିରେ ବୃଦ୍ଧି କାରଣରୁ ଫାର୍ମା କମ୍ପାନୀ ଗୁଡିକ ଔଷଧ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବା ନିମନ୍ତେ ଦାବି କରିଆସୁଛନ୍ତି । ରିପୋର୍ଟ ଅନୁସାରେ ଆଗାମୀ ଦିନରେ ପେନ୍କିଲର, ଆଣ୍ଟି-ଇନ୍ଫେକ୍ଟିଭ୍, ଆଣ୍ଟିବାୟୋଟିକ୍ ଏବଂ ହୃଦରୋଗ ଔଷଧ ସମେତ ପ୍ରାୟ ୯୦୦ଟି ଔଷଧ ସାମଗ୍ରୀର ମୂଲ୍ୟରେ ୧୨%ରୁ ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି ।