ଏପ୍ରିଲ ପହିଲାରୁ ଲାଗୁ ହେବ ଅନେକ ନୂଆ ନିୟମ । ନିୟମ ଅନୁଯାୟୀ ଏଥର ଲୋକଙ୍କ ପକେଟ୍ ଉପରେ ପଡିବ ଭାରି ପ୍ରଭାବ । ଏସବୁ ଭିତରେ ୟୁପିଆଇ ନେଣଦେଣ ଅର୍ଥାତ୍ ୟୁପିଆଇ ଟ୍ରାନଜାକ୍ସନ ମଧ୍ୟ ମହଙ୍ଗା ହେବ । ନ୍ୟାସନାଲ ପେମେଂଟସ କର୍ପୋରେଶନ ଅଫ୍ ଇଣ୍ଡିଆ ପକ୍ଷରୁ ପେମେଂଟକୁ ନେଇ ଏକ ନୂଆ ସର୍କୁଲାର ଜାରି କରାଯାଇଛି । ଏପ୍ରିଲ ପହିଲାରୁ ୟୁପିଆଇ ଜରିଆରେ ହେଉଥିବା ବ୍ୟବସାୟିକ ପେମେଂଟ୍ ଉପରେ ପିପିଆଇ ଚାର୍ଜ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି ।
ଅଧିକ ପଢନ୍ତୁ
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜାରି ହୋଇଥିବା ଏହି ସର୍କଲାର ଅନୁସାରେ ଏନପିସିଆଇ ପେମେଂଟ୍ ଉପରେ ଅଧିକ ଚାର୍ଜ ଲଗାଇବ । ସର୍କୁଲାର ଅନୁସାରେ ୟୁପିଆଇ ଜରିଆରେ ୨ହଜାରରୁ ଅଧିକ ଟ୍ରାନଜାକସନ୍ କଲେ ୧.୧ପ୍ରତିଶତ ପେମେଂଟ୍ ଇନଷ୍ଟ୍ରୁମେଂଟ୍ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ଏହି ଚାର୍ଜ ବ୍ୟବସାୟିକ ଟ୍ରାନଜାକସନ୍ ଅର୍ଥାତ୍ ବ୍ୟବସାୟିକ ପେମେଂଟ୍ କରୁଥିବା ୟୁଜର୍ସମାନଙ୍କୁ ଦେବାକୁ ପଡିବ । ଏପ୍ରିଲ ୧ରୁ ୟୁପିଆଇ ପେମେଂଟ୍ ଅର୍ଥାତ୍ ଗୁଗୁଲ ପେ’, ଫୋନ୍ ପେ’ ଏବଂ ପେଟିଏମ୍ ଭଳି ଅନଲାଇନ ପେମେଂଟ୍ରେ ଦେବାରେ ପଡିବ ଅଧିକ ଚାର୍ଜ । ଏହା ଜରିଆରେ ଯଦି ଆପଣ ୨ହଜାରରୁ ଅଧିକ ଟଙ୍କାର ଟ୍ରାନଜାକସନ୍ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ ।
ଆହୁରି ପଢନ୍ତୁ