Home Breaking News ମେ’ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ମେ’ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ

by Admin
0 comment

ବାଜିଛି ବିଧାନସଭା ନିର୍ବାଚନୀ ବିଗୁଲ । କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ ।

ଆହୁରି ପଢନ୍ତୁ

ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ମେ’୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ଓ ଏହାସହ ଓଡ଼ିଶାର ଝାରସୁଗୁଡାରେ ମଧ୍ୟ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ସେଠାରେ ଖାଲି ପଡିଥିଲା ଆସନରେ ଏହି ଉପନିର୍ବାଚନ ହେବାକୁ ଯାଉଛି । ସେହିପରି ମେ’ ୧୩ରେ ଭୋଟ୍ ଗଣନା କରାଯିବ ବୋଲି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ

ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନର ପ୍ଲିନାରୀ ହଲରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଭାରତର ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାରଙ୍କ ସହ ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋଏଲ ମଧ୍ୟ ଯୋଗ ଦେଇଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର କହିଛନ୍ତି, ମେ’ ୨୪ରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ । ୨୦୧୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମତଦାନ କରିବାକୁ ମୋଟ୍ ୫.୨କୋଟି ଯୋଗ୍ୟ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୮୦ରୁ ଅଧିକ ବୟସ୍କଙ୍କ ଭୋଟରଙ୍କ ସଂଖ୍ୟା ହେଉଛି ୧୨.୫ଲକ୍ଷ । ଚଳିତଥର ପ୍ରଥମକରି ୮୦ରୁ ଅଧିକ ବୟସ୍କ ଓ ଭିନ୍ନକ୍ଷମ ଭୋଟଦାତା ଘରେ ଥାଇ ଭୋଟ୍ ଦେଇପାରିବେ । କର୍ଣ୍ଣାଟକରେ ୫.୫୫ପ୍ରତିଶତ ହେଉଛନ୍ତି ଭିନ୍ନକ୍ଷମ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc